ବିଦ୍ୟାଳୟ ପରିସରରୁ ନାଗ ସାପ ଉଦ୍ଧାର
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରରେ ଥିବା କୁମୁଟିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ବିଦ୍ୟାଳୟ ମଧ୍ୟରେ ଏହି ବିଷକ୍ତ ନାଗ ସାପଟି ଗତ ପ୍ରାୟ ୩ ଦିନ ଧରି ଚଳ ପ୍ରଚଳ କରିବା ସହ ବିଭିନ୍ନ ସ୍ଥାନରେ ବୁଲୁଥିବା ଦେଖି ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ତେବେ ଏହି ସାପକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଶିକ୍ଷକ ପ୍ରୟାସ କରିଥିଲେ ମଧ୍ୟ ସାପଟିର ସନ୍ଧାନ ପାଇ ପାରୁନଥିଲେ । ତେବେ ଆଜି ଏହି ସାପଟି ବିଦ୍ୟାଳୟ ପରିସରରେ ପୁଣି ବୁଲୁଥିବା ଦେଖି ଏନେଇ ସାପ ଧରାଳି ଶରତ କୁମାର ମାଝିଙ୍କୁ ବିଦ୍ୟାଳୟ କର୍ତ୍ତୁପକ୍ଷ ଯୋଗାଯୋଗ କରିଥିଲେ । ତୁରନ୍ତ ଶରତ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି ।