ହ୍ୟୁମାନଙ୍କ ମା’ଙ୍କୁ ଦୁର୍ବ୍ୟବହାର : ହ୍ୟୁମାନଙ୍କ ମ୍ୟାନେଜରଙ୍କ ନାଁରେ ମହିଳା ଥାନାରେ ଏତଲା
କଟକ : କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମା’ଙ୍କୁ ଦୁର୍ବ୍ୟବହାର ଅଭିଯୋଗ କରି ଶନିବାର କଟକ ମହିଳା ଥାନାରେ ଏକ ଏତଲା ଦାୟର ହୋଇଛି । ହ୍ୟୁମାନଙ୍କ ମା’ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ହ୍ୟୁମାନଙ୍କ ମ୍ୟାନେଜରଙ୍କ ନାଁରେ ମହିଳା ଥାନାରେ ଏତଲା ଦିଆଯାଇଛି । ରାଜ୍ୟ ମାନବାଧିକାର ପରିଷଦ ଏହି ଘଟଣାରେ ହ୍ୟୁମାନ ସାଗରଙ୍କ ମ୍ୟାନେଜର ଦିନେଶ ବେହେରାଙ୍କ ନାଁରେ ମହିଳା ଥାନାରେ ଏତଲା ଦେଇଛି ।
ଅଭିଯୋଗ ଅନୁସାରେ, ହ୍ୟୁମାନଙ୍କ ମୃତ୍ୟୁ ଦିନ ହିଁ ତାଙ୍କ ମ୍ୟାନେଜର ଦିନେଶ ଓ ହ୍ୟୁମାନଙ୍କ ମା'ଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ସେହି ସମୟରେ ଦିନେଶ ହ୍ୟୁମାନଙ୍କ ମା'ଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଏତଲାରେ ଦର୍ଶାଯାଇଛି । ଦିନେଶ ଓ ହ୍ୟୁମାନଙ୍କ ମା'ଙ୍କ ମଧ୍ୟରେ ଉଚ୍ଚବାଚର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେହି ଭିଡିଓ ଆଧାରରେ ସଙ୍ଗଠନ ପକ୍ଷରୁ ଏତଲା ଦିଆଯାଇଥିବା କୁହାଯାଇଛି ।