ଜଗସିଂହପୁର ସାଂସଦ ବିଭୂ ତରାଇଙ୍କ କାର ଦୁର୍ଘଟଣା

ଜଗସିଂହପୁର ସାଂସଦ ବିଭୂ ତରାଇଙ୍କ କାର ଦୁର୍ଘଟଣା

ଜଗସିଂହପୁର : ଜଗସିଂହପୁର ସାଂସଦ ବିଭୂ ତରାଇଙ୍କ କାର ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ସାଂସଦଙ୍କର କିଛି କ୍ଷତି ହୋଇ ନଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସାଂସଦ ଖେଳ ମହୋତ୍ସବରେ ଯୋଗ ଦେବା ପାଇଁ ଭୁବନେଶ୍ବରରୁ ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମକୁ ଆସୁଥିବା ବେଳେ ମାଛଗାଁ ନିକଟସ୍ଥ ହାଜିପୁର ଛକ ନିକଟରେ ଘଟିଛି ଦୁର୍ଘଟଣା । ସାଂସଙ୍କ କାରକୁ ପଛରୁ ଆଉ ଏକ କାର ଧକ୍କା ଦେଇଛି । ଦୁର୍ଘଟଣା ଘଟାଇ ଥିବା କାର ସହ ଡ୍ରାଇଭର ବିରିଡି ଥାନାରେ ଅଟକ ରଖାଯାଇଛି । ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।