ଛାତ୍ରୀ ନିବାସ ପାଇଖାନା ଘରେ ପଡ଼ି ଛାତ୍ରୀ ମୃତ

ଛାତ୍ରୀ ନିବାସ ପାଇଖାନା ଘରେ ପଡ଼ି ଛାତ୍ରୀ ମୃତ

ତେଲକୋଇ : ଛାତ୍ରୀ ନିବାସ ପାଇଖାନା ଘରେ ପଡ଼ି ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭୀମାକାଣ୍ଡ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଆଜି ସକାଳ ସମୟରେ ପାଇଖାନକୁ ଯାଇଥିବା ବେଳେ ଅସାବଧାନତାବଶତଃ କାରଣରୁ ପଡ଼ି ଯିବାରୁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।

     ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଭୀମାକାଣ୍ଡ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଅଘଟଣ । ତେଲକୋଇ ଥାନା କୁଲାଡେରା ଗ୍ରାମର ଗଣେଶ୍ୱର ନାଏକଙ୍କ ଝିଅ ତେଜସ୍ୱିନୀ ନାୟକ ଛାତ୍ରୀ ନିବାସରେ ରହି ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ଆଜି ସକାଳେ ପାଇଖାନା ଘରେ ପଡ଼ି ମୃତ୍ୟୁ ହୋଇଛିି । ତେବେ ପରିବାର ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ ତାଙ୍କ ଝିଅର ମୃତ୍ୟୁ ଘଟିଛି ବୋଲି ମୃତା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ।