ସଚେତନତା ଅଭିଯାନ ଓ ପ୍ରତିଯୋଗିତା

ରାଜନଗର : ରାଜନଗର ବ୍ଲକ ହାତିନାସ୍ଥିତ ଲକ୍ଷ୍ମୀବରାହ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଏଚଆଇଭି ଏଡ଼ସ କୁଇଜ୍ ପ୍ରତିଯୋଗିତା ଛାତ୍ରଛାତ୍ରୀ  ମାନଙ୍କ ମଧ୍ୟରେ କରାଯାଇଛି ।  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଚେତନତା ସଭାରେ ନୋଡାଲ ପ୍ରଧାନ ଶିକ୍ଷକ ଶୁଭ୍ରଜ କୁମାର ବରାଳ ମୁଖ୍ୟ ଅତିଥି, ଅନ୍ନପୂର୍ଣ୍ଣା ଚୁଲି ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଜେ.ଆର୍.ସି ସଂଯୋଜିକା ଅମିତା ରାଉତ, ଦୀପକ ସିଂ, ସୁଜାତା ଲେଙ୍କା, ଗୋପୀନାଥ ବେହେରା, ଅରବିନ୍ଦ ଦାଶ, ନିରଞ୍ଜନ ପଲାଇ, ଚିତ୍ତ ରଞ୍ଜନ ଜେନା, ତ୍ରିନାଥ ବେହେରା ଉପସ୍ଥିତି ରହି ସଭା କାର୍ଯ୍ୟକୁ ସଫଳ କରିଥିଲେ  ଏବଂ ଏଚ.ଆଇ.ଭି ଏଡ଼ସ ସମ୍ବନ୍ଧିତ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ  । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନେ କୁଇଜ୍ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ।