ଦୁର୍ଘଟଣାରେ ୩ ମୃତ

ବରଗଡ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ବରଗଡ଼ ଭଟଲି ଛକ ଓଭରବ୍ରିଜ ଜାତୀୟ ରାଜପଥ ବାଇପାସରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ବରଗଡ଼ର ଯୁବ ବ୍ୟବସାୟୀ ସୌରଭ ଅଗ୍ରୱାଲଙ୍କ ସମେତ ଡୁଙ୍ଗୁରିପାଲି ବୈଦୁପାଲିର ଲୁସେନେରୀ ଦିସିରି ଓ ଭୁବନେଶ୍ୱରର ଜ୍ଞାନ ରଞ୍ଜନ ସାହୁ ବୋଲି ସୂଚନା ମିଳିଛି । ସେହିପରି ଅନ୍ୟ ଜଣେ ମହିଳା ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରୁ ଦୁଇ ଜଣ ଆଦିତ୍ୟ ବିର୍ଲା ଓପସ୍ ପେଣ୍ଟ କମ୍ପାନୀର କର୍ମଚାରୀ ଥିଲେ ।
ସୂଚନା ମୁତାବକ ଗତକାଲି ଭୂବନେଶ୍ୱରରୁ ଆଦିତ୍ୟ ବିର୍ଲା ଓପସ୍ ପେଣ୍ଟ କମ୍ପାନୀର ତିନି ଜଣ କର୍ମଚାରୀ ବରଗଡ଼ର ଯୁବ ବ୍ୟବସାୟୀ ସୌରଭ ଅଗ୍ରୱାଲଙ୍କ ପାଖକୁ ଆସିଥିଲେ । ନିଜ କାର୍ଯ୍ୟ ସାରିବା ପରେ ଏକ ହୋଟେଲକୁ ଖାଇବାକୁ ଯାଇ ଫେରିବା ବାଟରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଟୁକୁର୍ଲା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବରଗଡ଼ ଟାଉନ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି । ବରଗଡ଼ ସହରର ଯୁବ ବ୍ୟବସାୟୀ ୨୬ ବର୍ଷିୟ ସୈାରଭ ଅଗ୍ରୱାଲ ମେ’ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଜାତୀୟ ରାଜପଥ କଡରେ ଥିବା ଡିଭାଇଡ଼ରକୁ ଧକ୍କା ଦେଇ ସେମାନଙ୍କ ଓଡି୧୭ପି୮୪୭୮ ନମ୍ବରର୍ ବାଲେନୋ କାର ଓଲଟି ପଡି ଦୁର୍ଘଟଣାଗସ୍ତ ହୋଇଥିଲା ।