ଡିସେମ୍ବର ୧ରୁ ଖୋଲିବ ଗୁଣ୍ଡିଚା ମନ୍ଦିର 

 ଡିସେମ୍ବର ୧ରୁ ଖୋଲିବ ଗୁଣ୍ଡିଚା ମନ୍ଦିର 

ପୁରୀ : ବହୁ ଦିନର ଅପେକ୍ଷା ପରେ ଖୋଲିବ ଗୁଣ୍ଡିଚା ମନ୍ଦିର । ଆସନ୍ତା ଡିସେମ୍ବର ୧ରୁ ଖୋଲିବ ମନ୍ଦିର । କୋଭିଡ଼ ପରଠାରୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଥିଲା ମନ୍ଦିର । ଫଳରେ ଦୀର୍ଘ ବର୍ଷ ଧରି ଦର୍ଶନରୁ ବଞ୍ଚିତ ରହୁଥିଲେ ସର୍ବସାଧାରଣ । ବର୍ତ୍ତମାନ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମନ୍ଦିର ଖୋଲା ଯିବ। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା । ଏଥିପାଇଁ କୌଣସି ସଂସ୍ଥାକୁ ପରିଚାଳନା ନେଇ ଦାୟିତ୍ୱ ଦିଆଯାଇନାହିଁ । ତେଣୁ ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା ଦାୟିତ୍ୱ ନିଜେ ସମ୍ଭାଳିବ। ଟିକେଟ୍‌ ଦର୍ଶନ ବ୍ୟବସ୍ଥା ହେବ ନା ନାହିଁ ପରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।