ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକରେ ଲଘୁ ଖଣିଜ ଚୋରି ଚିନ୍ତା

ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକରେ ଲଘୁ ଖଣିଜ ଚୋରି ଚିନ୍ତା

ଯାଜପୁର : ଶୁକ୍ରବାର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ, ଡିଏଫ ଓ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶିବାନନ୍ଦ ସ୍ୱାଇଁ, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଉପନିର୍ଦ୍ଦେଶକ ମାଇନର ମିନେରାଲସ, ତହସିଲଦାର, ଆଂଚଳିକ ପରିବହନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । 


    ଲଘୁ ଖଣିଜ ଦ୍ରବ୍ୟର ଚାହିଦା ସର୍ବାଧିକ ଏବଂ ବେଆଇନ ଓ ଅତ୍ୟଧିକ ଖଣିଜ ଉତୋଳନକୁ ଯାଂଚ କରିବାର ଜରୁରୀତା ଉପରେ ଗୁରୁତ୍ୱ ଦେବା ପାଇଁ ଆହୂତ ଉକକ୍ତ ବୈଠକରେ ଜିଲ୍ଲା ଟାସ୍କ ଫୋର୍ସ, ତହସିଲ ସ୍ତରୀୟ ଟାସ୍କ ଫୋର୍ସ କାର୍ଯ୍ୟ କରିବ । ଯେଉଁଥିରେ ଡିଏଫ୍‌ଓ  ଏବଂ ଏସ୍‌ପି  ଅନ୍ତର୍ଭୁକ୍ତ ରହିଛନ୍ତି । ଟାସ୍କ ଫୋର୍ସ ପ୍ରବର୍ତନ କରିବା ପାଇଁ ବର୍ତମାନ ଅଧିକାରୀଙ୍କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ଓଏମ୍‌ସି  ନିୟମର ୧୬ ର ଧାରା ୫୧ ବର୍ତମାନ ସରକାରଙ୍କ ଦ୍ୱାରା ସଂଶୋଧନ ହୋଇ ଗେଜେଟ୍‌ ନଂ ୫୪୬୬, ତା ୨୮.୧୧.୨୦୨୫ ରିଖରେ ପ୍ରକାଶିତ ହୋଇଛି । ବର୍ତମାନ ସବ୍‌-ଇନ୍ସପେକ୍ଟର ପାହ୍ୟା ଉପରର ସମସ୍ତ ପୁଲିସ ଅଧିକାରୀଙ୍କୁ, ଅତିରିକୁ ତହସିଲଦାର ପାହ୍ୟା ଉପରର ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ଚୋରା ଚାଲାଣ ହେଉଥିବା ଲଘୁ ଖଣିଜ ଦ୍ରବ୍ୟ ଜବତ କରିବାର କ୍ଷମତା ସହିତ ଯାଂଚ ଓ ନିରୀକ୍ଷଣ କରିବାର କ୍ଷମତା ମିଳିଛି । ସେହିପରି ରେକ୍ସ୍‌ ଅଫିସରଙ୍କ ପାହ୍ୟା ଉପରର ବନ ଅଧିକାରୀଙ୍କୁ ସେମାନଙ୍କ ନିଜ ନିଜ କ୍ଷେତ୍ରାଧିକାରରେ ସମାନ କ୍ଷମତା ଉପଲବ୍ଧ କରାଯାଇଛି । ପ୍ରବର୍ତନ ଏବଂ ଯାଂଚ ପାଇଁ ଉତରଦାୟିତ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ନିଷ୍ପତି ନେଇଛି । ବେଆଇନ ଖଣି ଖନନ, କ୍ଷୁଦ୍ର ଖଣିଜ ଦ୍ରବ୍ୟ ଚୋରି ଯାଂଚ କରିବାର ଉତରଦାୟିତ୍ୱ ତହସିଲ ସୁରୀୟ ଟାସ୍କ ଫୋର୍ସର ରହିବ ।

   ତହସିଲ ସ୍ତରୀୟ ଟାସ୍କ ଫୋର୍ସର ସଦସ୍ୟ ସେମାନଙ୍କ କ୍ଷେତ୍ରାକାର ମଧ୍ୟରେ ଡିଜିଟାଲ୍‌ ଏବଂ ସର୍ଭେ-ଆଧାରିତ ପଦ୍ଧତି ମାଧ୍ୟମରେ ପରବର୍ତୀ ସମୟରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଚୋରି ପ୍ରମାଣିତ ହେଲେ ସେ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତରଦାୟୀ ହେବେ । ଲଘୁ ଖଣିଜ ଦ୍ରବ୍ୟ ଉପ-ନିର୍ଦ୍ଦେଶକଙ୍କ ଅଧୀନରେ ଥିବା ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବିଭିନ୍ନ ଉତ୍ସରୁ ପ୍ରାପ୍ତ ସୂଚନା ଆଧାରରେ ଏବଂ ଜିଲ୍ଲା ଦ୍ୱାରା ବିଶେଷ ଭାବରେ ନିର୍ଦ୍ଦେଶିତ ହେଲେ ଗୋପନୀୟ ଏବଂ ଅଚାନକ ଚଢ଼ାଉ କରିବେ । ନିୟମିତ ପ୍ରବର୍ତନ ପାଇଁ ତହସିଲ ସ୍ତରୀୟ ସ୍ମାତ୍‌ ଗଠନ ନିଶ୍ଚିତ କରିବାକୁ ଖଣି ଉପ-ନିର୍ଦ୍ଦେଶକ ଉପ-ଜିଲ୍ଲାପାଳଙ୍କ ସହ ପରାମର୍ଶ କରି ନୋଡାଲ୍‌ ଅଧିକାରୀ ଭାବରେ କାର୍ଯ୍ୟ କରିବେ । ଏହିପରି ଚଢ଼ାଉ ପାଇଁ ପୁଲିସ ସହାୟତା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଅନୁରୋଧ କ୍ରମେ ଯୋଗାଇ ଦିଆଯିବ । ଜିଲ୍ଲା ସୁରୀୟ ଟାସ୍କ ଫୋର୍ସ ଏବଂ ତହସିଲ ସ୍ତରୀୟ ଟାସ୍କ ଫୋର୍ସ ମାସକ ମଧ୍ୟରେ ନିୟମିତ ବ୍ୟବଧାନରେ ବୈଠକ କରିବେ । ଯେଉଁଥିରେ ଚୋରି ଏବଂ ବେଆଇନ ଉତୋଳନ ଉପରେ ପ୍ରତ୍ୟେକ ମାମଲାର ତଥ୍ୟକୁ ସମୀକ୍ଷା କରାଯିବ । କାର୍ଯ୍ୟକ୍ଷମ ଥିବା ବା ନିଷ୍କ୍ରିୟ ଥିବା ଉଭୟ ଖଣି ପାଇଁ ଡ୍ରୋନ୍‌ ଏବଂ ଓରସାକ ଦ୍ୱାରା ସର୍ଭେକ୍ଷଣ ଯଥାଶୀଘ୍ର କରାଯିବ । ଯାହାଫଳରେ ଏକ ମାନକ  ନିର୍ଦ୍ଧାରିତ ହେବ ଏବଂ ଜରୁରୀ ପରିସ୍ଥିତିରେ ସାଇଟ୍‌ର ସର୍ଭେ ପୂର୍ବର ଏବଂ ପରବର୍ତୀ ଉତୋଳନକୁ ସନ୍ଦର୍ଭିତ କରାଯାଇପାରିବ । ଯେତେବେଳେ କୌଣସି ଖଣିରେ ଉତୋଳନ ଅନୁମତିପ୍ରାପ୍ତ ସୀମା ବାହାରକୁ ଚାଲିଯାଇଛି କିମ୍ବା ଅବୈଜ୍ଞାନିକ ଖନନ ହେତୁ ଖନନ ଯୋଜନା ବିପଦଜନକ ଭାବରେ ବିଚ୍ୟୁତ ହୋଇଛି, ସେତେବେଳେ ମିଳିତ କମିଟି ରିପୋର୍ଟ ତା ୨୫.୦୭.୨୦୨୫ ରିଖରେ ଦିଆଯାଇଥିବା ପରାମର୍ଶ ଅନୁଯାୟୀ କୌଣସି ଆସନ୍ନ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସେହି ଖଣିକୁ ବନ୍ଦ କରିବାକୁ ପଦକ୍ଷେପ ଖଣି ଉପ-ନିର୍ଦ୍ଦେଶକ ନେବେ । ଚୋରି ଅଭିଯୋଗ ଏବଂ ଚାଲୁ ରହିଥିବା ବେଆଇନ ଉତୋଳନ ସ୍ଥଳ ଜିଲାର ବରିଷ୍ଟ ଅଧିକାରୀ ମିଳିତ ପରିଦର୍ଶନ କରିବେ ବୋଲି ବୈଠକରେ ନିଷ୍ପତି ହୋଇଛି ।