ଏଏମ୍ସିଏସ୍ କଲେଜରେ ସ୍ୱନକ୍ଷତ୍ର ଦିବସ
ଫୁଲବାଣୀ/କନ୍ଧମାଳ : ଟିକାବାଲି ଏଏମ୍ସିଏସ୍ କଲେଜରେ ୩୭ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଆଞ୍ଚଳିକ ଉଚ୍ଚଶିକ୍ଷା ନିଦେ୍ର୍ଦଶକ ବ୍ରହ୍ମପୁର ପ୍ରଫେସର ଡ. ସିଦ୍ଧାର୍ଥ ଶଙ୍କର ପାଢୀ ଯୋଗ ଦେଇ କଲେଜର ବିକାଶ ଦିଗରେ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗୀୟ ଆର୍ଥôକ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଛତ୍ରପୁର ବିଜ୍ଞାନ କଲେଜର ସହଯୋଗୀ ପ୍ରଫେସର ଡ଼. ସୁଶାନ୍ତ ଦାସ ମୋବାଇଲ ଓ ଇନ୍ସଟାଗ୍ରାମ ଭିତରେ ନିଜ ଭବିଷ୍ୟତକୁ ସମର୍ପଣ ନକରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଭବିଷ୍ୟତକୁ ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ସଚିବ ଶାନ୍ତନୁ ମହାନ୍ତି, ଟିକାବାଲି ବ୍ଲକ୍ ଅଧ୍ୟକ୍ଷ ଦିଲୀପକହଁର, ପ୍ରାକ୍ତନ କଲେଜ ପରିଚାଳନା ପରିଷଦର ଉପସଭାପତି ଶଶୀଭୂଷଣ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ଅଧ୍ୟାପକ ବନମାଳୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । କଲେଜର ବରିଷ୍ଠ କାର୍ଯ୍ୟାଳୟ ସହାୟକ ମନୋଜ ଭୋଇ ୩୭ ବର୍ଷର ଗୌରବ ଗାଥାକୁ କବିତା ପାଠ କରିଥିଲେ । କଲେଜର ପ୍ରତିଷ୍ଠାତା ସଦସ୍ୟ ବାଳକୃଷ୍ଣ ବେହେରା, ଶଶୀଭୂଷଣ ଭୋଇ, ରାମବିଶି ଦିଗାଳ, ପ୍ରଫୁଲ୍ଲ କୁମାର ସାହୁ ଓ ଜୟକୃଷ୍ଣ ପଣ୍ଡାଙ୍କୁ ଜନ୍ମଦାତା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆଲୁମିନି ସଦସ୍ୟ ଭାବେ ପୂର୍ବତନ ଛାତ୍ରୀ ଅଙ୍କିତା ଭୋଇ ଓ ଶିକ୍ଷାବର୍ଷ ୨୦୨୫ର ଯୁକ୍ତ ଦୁଇ ଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ସମସ୍ତ ବିଭାଗରେ ସର୍ବୋଚ୍ଚ ନମ୍ବର ପ୍ରାପ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଅଧ୍ୟାପକ ରତନ କୁମାର ଦିଗାଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।