ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି

ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି

ନୂଆପଡା : ଆସନ୍ତା କାଲି ନୂଆପଡ଼ା ଉପନିର୍ବାଚନ । ନୂଆପଡ଼ା ନିର୍ବାଚନୀ ମଣ୍ଡଳରେ ଥିବା ସମସ୍ତ ବୁଥ୍‌ରେ ପହଞ୍ଚିଲେ ପୋଲିଂ ପାର୍ଟି । ପ୍ରତି ପୋଲିଂ ପାର୍ଟି ସହ ଯାଇଛନ୍ତି ୫ଜଣ ସରକାରୀ କର୍ମଚାରୀ । ନୂଆପଡ଼ା ଉପନିର୍ବାଚନ ପାଇଁ ୩୫୮ଟି ବୁଥ୍‌ ମତଦାନ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ ୧୦୧ଟି ସମ୍ବେଦନଶୀଳ, ୫୭ଟି ଅତି ସମ୍ବେଦନଶୀଳ ବୁଥ୍‌ ରହିଛି । ୮ ଟି ସୁନାବେଡ଼ା ଜଙ୍ଗଲ ଭିତରେ ଥିବା ସୋସେଙ୍କ ପଞ୍ଚାୟତ ଓ ସୁନାବେଡ଼ା ପଞ୍ଚାୟତର ୮ ଟି ବୁଥ୍‌ରେ ମତଦାନ ହେବ । ଘଞ୍ଚ ଜଙ୍ଗଲ ଭିତରେ ଥିବା ଏହି ବୁଥ୍‌ ଗୁଡିକ ମାଓ ଉପଦ୍ରୁତ । ଏଠାରେ ମାଓବାଦୀଙ୍କ ଚଳପ୍ରଚଳ ଓ ପ୍ରଭାବ ଥିବାରୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ସମ୍ଭାବନା ରହୁଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ପୋଲିଂ ପାର୍ଟିକୁ ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ନିଆଯାଉଛି ।