ବିଜେଡିରୁ ସୁବାସ  ଓ ପ୍ରବୀରଙ୍କ ନିଲମ୍ବନକୁ ବିରୋଧ ; ଇସ୍ତଫା ଦେଲେ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଶତାଧିକ କର୍ମୀ

କପ୍ତିପଦା,୨୬ା୯ : କପ୍ତିପଦା ବ୍ଲକ୍‌ର ବିଜେଡ଼ିର ପ୍ରାକ୍ତନ ବ୍ଲକ୍‌ ସଭାପତି ସୁଭାଷ ଚନ୍ଦ୍ର ସାଏ ଓ ପ୍ରାକ୍ତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ୍ର ସାଏଙ୍କୁ ଦଳରୁ ନିଲମ୍ବନ ଘଟଣାକୁ ନେଇ  ୩ନଂ ଜିଲ୍ଲା ପରିଷଦ ଜୋନ୍‌ର ସଭ୍ୟ ସିରୁ ସୋରେନ୍‌ଙ୍କ ସହିତ ଶତାଧିକ କର୍ମୀ ଆଜି ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ପତ୍ର ଜିଲ୍ଲା ସଭାପତି ସୁଦାମ ମାର୍ଣ୍ଡି ଏବଂ ରାଜ୍ୟ ସଭାପତି ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପ୍ରେରଣ କରିଛନ୍ତି । କପ୍ତିପଦାରେ ଦଳକୁ ସୁଦୃଢ଼ କରିଥିବା ପ୍ରାକ୍ତନ ବ୍ଲକ୍‌ ସଭାପତି, ଜିଲ୍ଲା ସଂପାଦକଙ୍କୁ ଯେଉଁଭଳି ଭାବରେ ନିଲମ୍ବନ କରାଗଲା ଅଗଣତାନ୍ତ୍ରିକ ବୋଲି ବହୁ କର୍ମୀ ପ୍ରକାଶ କରିଛନ୍ତି । ସଂଗଠନକୁ ମଜ୍‌ଭୁତ କରୁଥିବା ପୁରୁଣାକର୍ମୀଙ୍କୁ ଅଣଦେଖା କରି ପ୍ରାକ୍ତନ ବିଧାୟକ ଶ୍ରୀନାଥ ସୋରେନ୍‌ ପ୍ରତି ଗ୍ରାମ ପଞ୍ଚାୟତରେ ସଭାପତି ଓ ବ୍ଲକ୍‌ କମିଟିର କର୍ମକର୍ତ୍ତା ଚୟନ କରାଗଲା ତାହାକୁ ବିରୋଧ କରାଯାଇଥିଲା । ଏ ନେଇ ୨୦୨୫ ଅଗଷ୍ଟ ୧୩ ତାରିଖରେ କରପଦା ବାତ୍ୟା ଆଶ୍ରୟସ୍ଥଳୀରେ ଏକ ବୈଠକ ଡକାଯାଇ ତା’ର ସଂପୂର୍ଣ୍ଣ ବିବରଣୀ ମୟୂରଭଂଜ ଜିଲ୍ଲା ବିଜେଡ଼ି ସଭାପତି ସୁଦାମ ମାର୍ଣ୍ଡିଙ୍କ ମାଧ୍ୟମରେ ରାଜ୍ୟ ସଭାପତିଙ୍କୁ ପ୍ରେରଣ କରାଯାଇଥିଲା । ମାତ୍ର ଏହାର କୌଣସି ଉତ୍ତର ପାଇବା ପୂର୍ବରୁ ସେପ୍ଟେମ୍ବର ୨୩ ତାରିଖରେ ଶଙ୍ଖ ଭବନରୁ ଦଳର ଉପସଭାପତି ପ୍ରତାପ ଜେନା ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ୍ର ସାଏ ଏବଂ କପ୍ତିପଦା ବ୍ଲକ୍‌ର ପ୍ରାକ୍ତନ ସଭାପତି ସୁଭାଷ ଚନ୍ଦ୍ର ସାଏଙ୍କୁ ଦଳବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରାଯାଇଥିଲା । ଏହାକୁ ନେଇ ଆଜି ସୁଭାଷ ଚନ୍ଦ୍ର ସାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶତାଧିକ କର୍ମୀ ଯୋଗଦେଇ ଏହାକୁ ଦୃଢ଼ ବିରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ିର ପ୍ରାକ୍ତନ ମହିଳା ସଭାପତି ସସ୍ମିତା ବାରିକ୍‌, ଜିଲ୍ଲା ମହିଳା ଉପସଭାପତି ଭାରତୀ ଦାସ ବାବୁ, ରଶ୍ମିତା ବେହେରା, ଗଦାଧର ବେହେରା, ବିଚିତ୍ରାନନ୍ଦ ମହାନ୍ତି, ଜିଲ୍ଲା ଛାତ୍ର ସଂପାଦକ ତନ୍ମୟ କୁମାର ମହାନ୍ତି, କର୍ଣ୍ଣପିସି ରାଜ ରାଉଳ, ମନୋରମା ମଲ୍ଲିକ୍‌, ସୁମତି ଦେହୁରୀଙ୍କ ବିଭିନ୍ନ ୱାଡର଼୍ର ନିର୍ବାଚିତ ୱାଡର଼୍ସଭ୍ୟ ସୁଜାତା ହେମ୍ବ୍ରମ୍‌, ପଞ୍ଚାନନ ନାଏକ, ମୀନତି ଟୁଡ଼ୁ, କୁନି ନାଏକ, ଶଶୀକାନ୍ତ ବେହେରା, ମେଘରାୟ ମୁର୍ମୁଙ୍କ ସମେତ ୧୭ଗୋଟି ଗ୍ରାମ ପଞ୍ଚାୟତର ଶତାଧିକ କର୍ମୀ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି ।