ପୁଣି ବିଜେଡ଼ିକୁ ଶକ୍ତ ଝଟକା : ବିଜେପିରେ ମିଶିଲେ ବିଜେଡ଼ି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ
ଭୁବନେଶ୍ୱର : ପଦ୍ମ ଧରିଲେ ବିଜେଡ଼ି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ । ଆଜି ଭୁବନେଶ୍ୱର ବିଜେପି ପାର୍ଟି ଅଫିରେ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ବିଜେଡ଼ି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ପ୍ରୟାସ କାନ୍ତି ସାମଲ, ଅୟସ କାନ୍ତି ସାମଲ ଓ ପ୍ରଫୁଲ୍ଲଙ୍କ ଭଉଣୀ ଉର୍ମିଳା ନାୟକ ଆଜି ଅପରାହ୍ନରେ ବିଜେପି ପାର୍ଟି ଅଫିସରେ ଔପଚାରିକ ଭାବେ ପଦ୍ମ ଧରିଛନ୍ତି । ବର୍ତ୍ତମାନ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଅଛନ୍ତି ପ୍ରଫୁଲ୍ଲଙ୍କ ଭଉଣୀ ଉର୍ମିଳା ନାୟକ । ପ୍ରୟାସ କାନ୍ତି ସାମଲ ବର୍ତ୍ତମାନ ଭଣ୍ଡାରୀ ପୋଖରୀ ବ୍ଲକ ଉପଧ୍ୟକ୍ଷ ଅଛନ୍ତି । ବିଜେଡି ଛାଡିଥିବା ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷଙ୍କ ସମେତ ୩୦ ଜଣ ସରପଞ୍ଚ ଏବଂ ୩୫ ଜଣ ସମିତି ସଭ୍ୟ ମଧ୍ୟ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଭଦ୍ରକ ବିଧାୟକ ସିତାଂଶୁ ମହାପାତ୍ର ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡିର କର୍ମୀ ଓ ନେତା ବିଜେପିରେ ସାମିଲ ହୋଇଛନ୍ତି ।