ଗଞ୍ଜେଇ ବେପାରୀ ଗିରଫ
ଜଟଣୀ: ଖୋର୍ଦ୍ଧା ଅବକାରୀ ବିଭାଗ ଅଧୀକ୍ଷିକା ସୁମତି ତ୍ରିପାଠୀଙ୍କ ନିଦେ୍ର୍ଦଷ କ୍ରମେ ଜଟଣୀ ଅବକାରୀ ଥାନା ଅଧିକାରୀ ଏନ୍ ଜେଗିନୀ ରାଓଙ୍କ ନେତୃତ୍ୱରେ ଜଟଣୀର ବିଭିନ୍ନ ଅଞ୍ଚଳରେ ଛାପା ମରାଯାଉଥିବା ବେଳେ, ଜାଗେଶ୍ୱର ପାଟଣା କଲ୍ଚରାଲ ଇଉନିଭର୍ସିଟି କଲେଜ୍ ପାଖରେ ଚୋରା ଗଞ୍ଜେଇ ବିକ୍ରି ହେଉଥିବା ନେଇ ସୂଚନା ମିଳିଥିଲା । ଅବକାରୀ ଟିମ୍ ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ, ସନ୍ଦିଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କୁ ଏକ ଅଖା ନିକଟରେ ଛିଡା ହୋଇଥିବା ଦେଖିବାକୁ ପାଇଥିଲେ । ସନେ୍ଦହରେ ତାଙ୍କୁ ଧରି ପଚରାଉଚରା ଓ ତାଲାସୀ ବେଳେ ଅଖାରୁ ୨୦ କେଜି ୫୦୦ ଗ୍ରାମ ଓଜନର ଗଞ୍ଜେଇ ଏବଂ ନଗଦ ୭୦ ହଜାର ୪୦ ଟଙ୍କା ଜବତ କରିବା ସହ ସେହି ଅଞ୍ଚଳର ସନାତନ ସାହୁ (୪୫) ଙ୍କୁ ଗିରଫ କରି ଅବକାରୀ ଥାନାକୁ ଆଣିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷ ୫ ହଜାର ଟଙ୍କା ହେବ ବୋଲି ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅବକାରୀ ଅଧିକ୍ଷୀକା ସୁମତି ତ୍ରିପାଠୀ । ଗିରଫ ବ୍ୟକ୍ତି ଜଣକ ସେହି ଅଞ୍ଚଳରେ ଥିବା ବିଭିନ୍ନ ଇଞ୍ଜିନିଅରିଂ କଲେଜ ନିକଟରେ ଦୀର୍ଘ ବର୍ଷ ହେବ ଗଞ୍ଜେଇ ବେପାର କରୁଥିବା ସୂଚନା ମିଳିଛି ଓ ସେ କନ୍ଧମାଳରୁ ଗଞ୍ଜେଇ ଆଣି ଜଟଣୀର ବିଭିନ ଅଞ୍ଚଳରେ ବେପାର କରୁଥିବା ତଦନ୍ତରୁ ସୂଚନା ମିଳିଛି ବୋଲି ଅବକାରୀ ଅଧିକ୍ଷୀକା ଶ୍ରୀମତୀ ତ୍ରିପାଠୀ କହିଛନ୍ତି ।