ଝାଡ଼ୁଦାର ଚାକିରୀ ନାଁରେ ୬୨ ଲକ୍ଷ ଠକେଇ

ଝାଡ଼ୁଦାର ଚାକିରୀ ନାଁରେ  ୬୨ ଲକ୍ଷ  ଠକେଇ

ସମ୍ବଲପୁର : ପୁଣି ସାମନାକୁ ଆସିଲା ଆଉ ଏକ ଚାକିରୀ ଠକେଇ । ଝାଡ଼ୁଦାର ଚାକିରୀ କରିଦେବା ପାଇଁ ଟଙ୍କା ନେଇବା ଅଭିଯୋଗରେ ସମ୍ବଲପୁର ପୁଲିସ୍‌ ରାହୁଲ ରାଏ ଓ ପଦ୍ମାବତୀ ତାଣ୍ଡି ନାମକ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛିି । ଅଭିଯୁକ୍ତଙ୍କଠାରୁ ପୁଲିସ ୬୨ ଲକ୍ଷ ଟଙ୍କା ଜବତ କରିଛି ।

      ସୂଚନା ମୁତାବକ, ପୁଲିସ ପକ୍ଷରୁ ଜିଲ୍ଲାରେ ନଜର ରଖାଯାଇଥିବାବେଳେ ଗତକାଲି ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଅଞ୍ଚଳରେ ଏକ ବଡ଼ ଜନସମାଗମ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ଲୋକଙ୍କ ଭରସା ଜିତି ସଫେଇ କର୍ମୀ ଭାବେ କାର୍ଯ୍ୟ ଦେବା ପାଇଁ ୬୨ ଲକ୍ଷ ଟଙ୍କା ଠକି ନେଇଥିବା ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି । ବରଗଡ, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ନିଜର ନେଟୱର୍କ ଚଲାଇଥିବା ଏସପି କହିଛନ୍ତି । ଜଣଙ୍କୁ ଚାକିରୀ ଦେବା ପାଇଁ ୧୨ ହଜାର ଟଙ୍କା ଲେଖାଏଁ ନେଉଥିଲେ । ଆର୍‌ମ୍ୟାକ୍ସ-ପ୍ରାଇଭେଟ୍‌ ଲିମିଟେଡ୍‌ ନାଁ ରେ ଗୋଟିଏ ମିଛ କମ୍ପାନୀ ଖୋଲି ଲୋକଙ୍କୁ ଦିନକୁ ୪୦୦ଟଙ୍କା ହିସାବରେ ଦରମା ଦେଉଥିଲା । ସରକାରୀ ଅଫିସରେ ଛାଡ଼ୁଦାର ପାଇଁ ୧୨,୦୦୦ ଓ ସୁପରଭାଇଜର ପାଇଁ ୨୦,୦୦୦ ଟଙ୍କା ନେଉଥିଲା ।