ବୌଦ୍ଧର ମୁଖ୍ୟ ଡାକଘରୁ ବଡ଼ଧରଣର ଚୋରି
ବୌଦ୍ଧ : ବୌଦ୍ଧ ସହର ମୁଖ୍ୟ ଡାକଘରୁ ବଡ଼ଧରଣର ଚୋରି । ୩୦ ଲକ୍ଷରୁ ଅଧିକ ଟଙ୍କାର ଚୋରି ହୋଇଥିବା ନେଇ ହୋଇଛି ଅଭିଯୋଗ । ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବୌଦ୍ଧ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ ପୋଡାପୋଡାରେ ବୌଦ୍ଧ ମୁଖ୍ୟ ଡାକଘର ରହିଛି । ରବିବାର କାର୍ଯ୍ୟାଳୟ ବନ୍ଦ ରହିଥିଲା । ସୋମବାର କାର୍ଯ୍ୟାଳୟ ଖୋଲିବା ପାଇଁ କର୍ମଚାରୀମାନେ ପହଞ୍ଚି ଦେଖିଲା ବେଳକୁ ଡାକଘରର ପଛପଟ ଗ୍ରୀଲ ଭାଙ୍ଗା ହୋଇଛି । କେହି ଦୁର୍ବୃତ୍ତ ଡାକଘର ଲକର ଭାଙ୍ଗି ସମସ୍ତ ଟଙ୍କା ଚୋରି କରି ନେଇଛି । ଲକରରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚୋରି ହୋଇଥିବା ଚର୍ଚ୍ଚା ହେଉଛି । ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।