ଚଳନ୍ତା ବସରେ ହୃଦଘାତ : ଚାଲିଗଲା ଡ୍ରାଇଭରଙ୍କ ଜୀବନ
ମାଲକାନଗିରି : ଚଳନ୍ତା ବସରେ ହୃଦଘାତ କାରଣରୁ ଚାଲିଗଲା ଡ୍ରାଇଭରଙ୍କ ଜୀବନ । ନିଜେ ଚାଲିଗଲେ ହେଲେ ୨୫ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଗଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନାଗିରି ଜିଲ୍ଲାରେ । ମୃତକ ଡ଼୍ରାଇଭର ହେଲେ ପି.ସାଇକୃଷ୍ଣ । ବିଜୟନଗରମରୁ ମାଲକାନଗିରି ଆସୁଥିବା ଓଡିଶା ରାଜ୍ୟ ପରିବହନ ବିଭାଗର ବସରେ ଘଟିଛି ଅଘଟଣ । କୁନ୍ଦୁଲି ନିକଟରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଉପସ୍ଥିତ ବୁଦ୍ଧି ଖଟାଇ ରାସ୍ତା କଡରେ ବସଟିକୁ ରଖି ଅନ୍ୟ ଜଣେ ଅତିରିକ୍ତ ଡ୍ରାଇଭର କର୍ମଚାରୀଙ୍କୁ ସୂଚିତ କରିଥିଲେ । କର୍ମଚାରୀ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ସୂଚନା ପାଇବା ପରେ ରୁରନ୍ତ କୋରାପୁଟକୁ ଆସି କଣ୍ଡକ୍ଟରଙ୍କ ସହାୟତାରେ ଅଟୋ ସାହାଯ୍ୟରେ ମେଡ଼ିକାଲ କଲେଜକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଡ୍ରାଇଭରଙ୍କ ଘର ମାଲକାନଗିରିରେ ବୋଲି ସୂଚନା ମିଳିଛି ।