ରାଜ୍ୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତା

ରାଜ୍ୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତା

କେନ୍ଦୁଝର : ୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ୧୪ ବର୍ଷରୁ କମ୍‌ ଓ ୧୭ ବର୍ଷରୁ ଖୋ ଖୋ ପ୍ରତିଯୋଗୀତା କେନ୍ଦୁଝର ଷ୍ଟାଡିୟମ ପଡିଆରେ ନଭେମ୍ବର ୬ ତାରିଖରୁ ଆରମ୍ଭ ହୋଇ ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୧୪ ବର୍ଷରୁ କମ୍‌ ବାଳକ ବିଭାଗରେ ପୁରୀ ଦଳ ଚାମ୍ପିଅନ୍‌ ଓ କଟକ ଦଳ ରନର୍ସଅପ୍‌ ହୋଇଥିବାବେଳେ ବାଳିକା ବିଭାଗରେ କେନ୍ଦୁଝର ଦଳ ଚାମ୍ପିଆନ୍‌ ଏବଂ ଢେ଼ଙ୍କାନାଳ ଦଳ ରନର୍ସଅପ୍‌ ହୋଇଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଶିକ୍ଷା ଅଧ୍ୟୟନ ସହ ଖେଳ ପ୍ରତି ରୁଚି ରଖିଲେ ଭବିଷ୍ୟତରେ ନିଜକୁ ସୁନାଗରିକ ରୂପେ କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ସହକାରୀ ନିର୍ଦ୍ଦେଶକ ଓଡିଶା ଜ୍ୟୋତି ପ୍ରକାଶ ପରିଡା,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାମଲ,ଶ୍ରୀକାନ୍ତ କୁମାର ବେହେରା, ଜିଲ୍ଲା ଆଥଲେଟିକ୍‌ ଆସୋସିଏସନ୍‌ ଯୁଗ୍ମ ସଂପାଦକ ରବିନ୍ଦ୍ର କୁମାର ପାଢୀ, ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ହଳଧର ମହାନ୍ତ, ସଦର ବିଇଓ ଓଁକାର ଅନ୍ୱେଶ, ପାଟଣା ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ଡିଏନ୍‌ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି, ଓଷ୍ଟା ସଭାପତି ମନ୍ମଥ ନାଥ ମହାନ୍ତ, ଓଷ୍ଟା ଉପସଭାପତି ପୁଷ୍ପାଞ୍ଜଳୀ ମିଶ୍ର, ଓଷ୍ଟା ଯୁଗ୍ମ ସଂପାଦକ ଲାବଣ୍ୟବତୀ ମହାନ୍ତ ଓ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ ।