ଚଉପଦୀର ଇତିବୃତ୍ତ
ଅଜୟ କୁମାର ବେହେରା : ଆମ ଓଡ଼ିଶାର ଅତୀତ ଐତିହ୍ୟରେ ଓଡ଼ିଆ ଭାଷାର ସାହିତ୍ୟ ସ୍ରଷ୍ଟାଙ୍କର ପୃଷ୍ଠପୋଷକ ଭାଷାପ୍ରେମୀ ନଥିଲେ ଏମିତି ନାହିଁ । କବି ଯଦୁମଣି, ହୟଗ୍ରୀବ ସାଧକ ନଥିଲେ, ସେ ରହସ୍ୟପୂର୍ଣ୍ଣ ଭାବ ଉଦ୍ଦୀପକ ସାହିତ୍ୟ ଦେବ କୃପାରୁ ସୃଷ୍ଟି କରୁଥିଲେ । ତେବେ ଏହି ଯଦୁମଣିଙ୍କର ଦୈନିକ ଗୁଜୁରାଣର ସମସ୍ୟା ତାଙ୍କର ବାସଭୂମି ସଞ୍ଚାଳକ ରାଜାଙ୍କ ଦ୍ୱାରା ସମାଧାନ ହେଉଥିଲା । ବର୍ତ୍ତମାନ ଆମର ଜାତୀୟ ସରକାର ଖଜଣା ନେଇ ପ୍ରଜାଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟକ ହେବା ପାଇଁ ଯେପରି ବ୍ୟବସ୍ଥା ରହିଛି । ସେହିପରି ପୂର୍ବେ ରାଜା ଜମିଦାରମାନେ ଖଜଣା ନେଇ ଜମିର ରୟତ ପ୍ରଜାଙ୍କୁ ଏପରି ରକ୍ଷା ଓ ଅଧିକାର ଦେଉଥିଲେ । ଜମିଜମା ଚାଷରୁ ଆମଦାନିରେ ପ୍ରଜାର, ରାଜାର ଦେବ ବ୍ରାହ୍ମଣ, ଗୁରୁ, ପଶୁପକ୍ଷୀ ସମସ୍ତଙ୍କର ଗୁଜରାଣ ମଣ୍ଟିଥାଏ ।
ରାଜାଙ୍କର ଅନେକ ଖେୟାଲ ବେଳେ ବେଳେ ପଶେ । ଏମିତି ଯଦୁମଣିଙ୍କୁ ଦିନେ ତାଙ୍କର ପୃଷ୍ଠପୋଷକ ରାଜା ଫର୍ମାସି କଲେ କେତେକ ଚଉପଦି କରି ଆଣିବାକୁ । ପରଦିନରେ ଯଦୁମଣି ଏକ ବୋଝ ମୁଣ୍ଡାଇ ରାଜ ସଭାକୁ ସବୁଦିନ ଠାରୁ ବିଳମ୍ବରେ ଆସିଲେ । ସେତେବେଳକୁ ରାଜା କେତେଥର ତାଙ୍କ ପାଖଲୋକକୁ କେତେ ଥର ପଚାରି ସାରିଲେଣି ଯଦୁମଣି କୁଆଡେ଼ ଗଲେ? ବୋଝିଆ ଯଦୁମଣିଙ୍କ ଏ ରୂପ ଦେଖି ରାଜା ବିସ୍ମିତ ହୋଇ ପଚାରିଲେ କିଓ ଯଦୁମଣି ଏ କ'ଣ ? ଯଦୁମଣିଙ୍କ ଉତ୍ତର ଥିଲା “ଛାମୁ ଚଉପଦି ଗୁଡ଼ିକୁ ପ୍ରସ୍ତୁତ କରି ଆଣିବା ଆସିବା ବିଳମ୍ବ ହେଲା ଏଣେ ଛାମୁଙ୍କ ଆଜ୍ଞା, ଦରକାର ବେଳେ ଗଡ଼ିଯାଉଛି ବୋଝିଆ ମିଳିବା ମୁଷ୍କିଲ ଯୋଗୁ ନିଜେ ଏହାକୁ ନେଇ ଆସିବା ବିଳମ୍ବ ହେଲା ଏ ପାଇଁ କ୍ଷମା ଚାହୁଁଛି ।” ରାଜାଙ୍କ ଉଦ୍ଦେଶ୍ୟର ଚଉପଦୀ ଏହା ନୁହେଁ ଏହା ଥିଲା ପତ୍ର ଚଉପଦୀ ଯହିଁରେ ଶ୍ରାଦ୍ଧ ପୂଜାରେ ପୁରୋହିତମାନେ ଦ୍ରବ୍ୟାଦି ଭରିଣା କରି ରଖନ୍ତି । ରାଜା କବିତା ଛନ୍ଦର ଚଉପଦୀ ହିଁ ମାନସ କରିଥିଲେ ଯହିଁରେ ସାହିତ୍ୟ ଭରି ରହଥାଏ । ସଭାସଦଙ୍କର ହାସ୍ୟ ଅସମ୍ଭାଳ ଏମିତି କି ଖୋଦ ରାଜା ଘଟଣାର ଭିନ୍ନ ଦିଗ ଭାବି ଯଦୁମଣିଙ୍କ ଏପରି କାର୍ଯ୍ୟ ପାଇଁ ହତବାକ୍ । ଚଉପଦୀର ଦ୍ୱିତୀୟ ଅର୍ଥ ଏଠାରେ ଯେ ରହିଛି । ରାଜା ଦଣ୍ଡଧର ସେ କଣ ବୁଝନ୍ତି ଭ୍ରମ ହେଲେ ଗର୍ଜନ ଯିବ ।
ଏହାକୁ ଯଦୁମଣି ଲୋକଙ୍କୁ ବୁଝାଇବାକୁ ଏକ ପ୍ରହସନ କଲେ ବି ରାଜାଙ୍କୁ ବୁଝାଇ କହିଲେ ହଜୁର କାବ୍ୟସ୍ରଷ୍ଟା ଭାଷାର ଚଉପଦୀ ରଚନା କଲେ ତାହାର ଚିହ୍ନରା ଗ୍ରାହକ ଅଭାବ ମାତ୍ର ପତ୍ରର ଏ ଚଉପଦୀ ସାଥି ସାଥି ବିକ୍ରୟ ଏହାର ଗ୍ରାହକ ଅଭାବ ନାହାନ୍ତି । ଛୁପାୟା, ଛୁପାୟ ଦୁଇଟି ପଥ ଅଛି, ଏକ ଛୁପାୟା ଯେ ଜାଣେ ସେ ଲୁଚାଏ ପ୍ରଘଟ କରେ ନାହିଁ । ଯେ ନଜାଣେ ସେ ପ୍ରଘଟ କରି ହୈ ଚୈ ପାଇଁ ଛାପି ବିକ୍ରୟ କରେ ବାଣ୍ଟେ । ଚଉପଦୀ ଏପରି କଥାରେ ସାହିତ୍ୟର ଧାରା । ତଥାପି ଏ ପତ୍ର ଚଉପଦୀ ସହିତ ସେ ଚଉପଦୀ ରଚନା ସମ୍ଭାର ହଜୁର ଗ୍ରହଣ କରନ୍ତୁ । ରାଜାଦେଶ ଦ୍ୱିଧାରେ ମୁଁ ପାଳନ କରିଛି, ଏଥିରୁ ପ୍ରାପ୍ତ କିଛି ମଣିମାଙ୍କ ପାଖରୁ ଆଶା କରେ । ପ୍ରକୃତରେ ଯଦୁମଣିଙ୍କର ଯେଉଁ ଗ୍ରନ୍ଥାବଳୀ ଆଜି ମିଳୁଛି ତତ୍କାଳ ଏମିତି ପ୍ରତ୍ୟୁତ୍ପନ୍ନମତି ସମ୍ପନ୍ନ ଲୋକ ଦ୍ୱିଅର୍ଥ କଥାରେ ଉଚିତକୁ ଅନୁଚିତ କରିଦେଉଥିଲେ । ସେଥିରେ ତିଷ୍ଠି ସାହିତ୍ୟ ସଂରକ୍ଷଣ କରିବା ବହୁ ଦୁସାଧ୍ୟ ଥିଲା । ବହୁ କବିତା ପଦ୍ୟରେ ଏମିତି ସର୍ବସାଧାରଣ ବୋଧ ଓ ରାଜା ବୋଧ ପାଇଁ ଦ୍ୱିଅର୍ଥ ବା ବହୁଅର୍ଥ ଭରି ରଚନା କରିବାକୁ ପଡ଼ୁଥିଲା । ଚଉପଦୀରୁ ଭାବ ରହୁଛି ୪ ପଦରେ ରଚିତ କବିତା । ତହିଁରେ ଏକ ବିଷୟର କ୍ରମାନ୍ୱୟେ ଭାବ ଗୁଡ଼ିକର ଏକ ଏକ ପର୍ଯ୍ୟାୟ ୧/୧ ଚଉପଦୀରେ ରଖାଯାଇଥାଏ । ଆମ ଓଡ଼ିଆରେ ଯାହା ଚଉପଦୀ ଭିନ୍ନ ଭାଷାରେ ବିଶେଷ କରି ହିନ୍ଦୀ ଭାଷାରେ ତାକୁ ଚୌପାଇ କହନ୍ତି । ଝୁମର ସାହିତ୍ୟ ହିନ୍ଦୀରେ ରଚିତ ତୁଳସୀ ଦାସଙ୍କର ରାମ ଚରିତ ମାନସ ଏମିତି ଚଉପଦୀ ବା ଚୌପାଇର ଗୁଚ୍ଛ କହିଲେ ଅତ୍ୟୁକ୍ତି ନୁହଁ । ଏଥିରେ ସବୁକାଳ ପାଇଁ ଏମିତି ରଚନା ରଖାଯାଇଛି ଯେ ଆଗକୁ ଆଗକୁ ଅଧ୍ୟୟନ ଭାବ ବୁଝି ବଳେ ଜାଣିପାରିବେ ଏତେ କ'ଣ ନାହିଁ? ଚଉପଦୀ ବା ଚୌପାଇରେ ଏମିତି ଲେଖା ଅଛି ଫରାସୀ ଭବିଷ୍ୟତବକ୍ତା ନଷ୍ଟ୍ରୋଦମସଙ୍କର ସେଞ୍ଚୁରୀ ପୁସ୍ତକରେ । ଯହିଁରେ ଭବିଷ୍ୟତକୁ ବହୁ ସଂକେତ ଭାଷାରେ ଲେଖା ରହିଛି । ବ୍ୟକ୍ତି ବିଶେଷଙ୍କୁ ଆକ୍ରୋଶ କରି ଏଥିରେ ଲେଖାଯାଇନାହିଁ ।
ମାତ୍ର ଏହି ଲେଖା ଗୁଡ଼ିକୁ ପର ପର ଜ୍ଞାନୀମାନେ ବ୍ୟାଖ୍ୟା ମର୍ମ ବାହାର କରି ବ୍ୟକ୍ତି ବିଶେଷଙ୍କୁ ଶୁଣାଇ ବେଳେ ବେଳେ ଆକ୍ରୋଶରେ ପଡ଼ିଛନ୍ତି ପୁଣି ପୁରସ୍କୃତ ବି ହୋଇଛନ୍ତି । ଆମ ରାଜ୍ୟରେ ମାଳିକା ଏପରି ଶାସ୍ତ୍ର । ପଞ୍ଚସଖାଙ୍କ ଯୁଗରେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଦ୍ୱାରା ସଂକଳିତ ଅନେକ ଶାସ୍ତ୍ର ମଧ୍ୟରେ ମାଳିକା ରହିଛି । ଗଡ୍ଡାଳିକା ପରି ଧାରାରେ ସଂପୃକ୍ତି ରହିଛି । ଦିନେ ପ୍ରଜାପତିଙ୍କ ପାଖରେ ଦେବ ନର ଅସୁର କିଛି ପ୍ରାପ୍ତି ପାଇଁ ଯାଇଥିଲେ । ପ୍ରଜାପତି ସମସ୍ତଙ୍କୁ ଏକ ଅକ୍ଷର "ଦ' କହିଥିଲେ । ଏଇ "ଦ' ଦୀକ୍ଷାରୁ ଦମ-ଦାମ-ଦୟା ତିନି ଦଳ ନିଜ ନିଜର ଭାବରେ ନେଇଥିଲେ । ସେହିପରି ଅଚ୍ୟୁତାନନ୍ଦ ତକ୍ରାଳ ଅନେକ ଶିଷ୍ୟ ଗୋପାଳ, କରଣଙ୍କ ମଧ୍ୟରେ ଗ୍ରହଣ କରିଛନ୍ତି । ସମସ୍ତଙ୍କୁ ଗୁପ୍ତ ମନ୍ତ୍ର ଦେଇ ଅସାଧ୍ୟ ସାଧନର ବାଟ ଖୋଲାଇ ଥିଲେ । ଯେଉଁମାନେ ତାଙ୍କ ଦୀକ୍ଷିତ ସେମାନେ ନିଜ ନାମ ପ୍ରାଧାନ୍ୟରୁ ବଞ୍ଚତ ରହି ସେହି ଗୁରୁନାମ ଅଚ୍ୟୁତଙ୍କ ବାଣୀ ବୋଲି ପ୍ରଚାରରେ ରଖି ଆସିଛନ୍ତି ।
ଏମିତି ଅଚ୍ୟୁତାନନ୍ଦଙ୍କ ଦ୍ୱାରା ଅନେକ ସିଦ୍ଧ ହୋଇ ଏପରି ଅନେକ ଦିବ୍ୟଶାସ୍ତ୍ର ରଚନା କରି ତାକୁ ବିଭିନ୍ନ ସ୍ଥାନରେ ରଖିଯାଇଛନ୍ତି । ପୋଥି ଶାସ୍ତ୍ର ବହୁ ମୂଲ୍ୟବାନ ମାତ୍ର ବହୁ ସ୍ଥାନରେ ତାକୁ ଗାଦିରେ ପୂଜା କରାଯାଉଛି ତାକୁ କେହି ଅଧ୍ୟୟନ ଚେଷ୍ଟା କରୁନାହାଁନ୍ତି । ଅନେକ ଗାଦିରେ ଭଗବତ ହରିବଂଶ ପରି ପୋଥି ଅଛି ମାତ୍ର ବର୍ତ୍ତମାନ ଛପା ବହି କିଣି ପାଠ କରାଯାଉଛି । ଭାଗବତ ପାଠରେ ଦୁଆ ଧରାଯାଏ । ଏହା ପୋଥିର ପ୍ରତ୍ୟେକ ତାଳପତ୍ରର ଶେଷ ପାଠରେ ହିଁ ଓଲଟ କରିବା ବେଳେ ଧରାଯାଉଥିଲା କାରଣ ପାଠକକୁ ଦ୍ୱିତୀୟ ପାଖ ବା ଦ୍ୱିତୀୟ ପତ୍ରକୁ ପାଠ କରିବାକୁ କିଛି ସମୟ ଲାଗେ । ଏହି ଦୁଆ ଧାଡ଼ିରେ ପ୍ରବଳ ମନ୍ତ୍ରଶକ୍ତି ରହିଥାଏ । ଦୁଆଧାରୀଙ୍କ ଏକାଗ୍ରତା ଓ ତାରଣ ଦୁଇଟିର ଶକ୍ତି ସେହି ମନ୍ତ୍ରରେ ସନ୍ନିବେଶିତ ଥାଏ । ଯାହା କାନକୁ ଭଲ ଶୁଭେ ତାହା ସାହିତ୍ୟ, ସାହିତ୍ୟ ବହୁବାର ଆବୃତ୍ତି ହେଲେ ହୋଇ ମନ୍ତ୍ର ହୋଇଯାଏ । ମନ୍ତ୍ର ହିଁ ମନକୁ ତାରଣକାରୀ, କାୟକୁ ପବିତ୍ରକାରୀ । ମାର୍କଣ୍ଡେୟ କୃତଚଣ୍ଡୀ ଏମିତି କେତେ ଦେବୀ ମନ୍ଦିର ଦୁର୍ଗାପୂଜା, କାଳୀପୂଜାରେ ପାଠ ହେଉଛି । ଏଥିରେ ପ୍ରବଳ ମନ୍ତ୍ରଶକ୍ତି ଅଛି । ପାଠକ ଶ୍ରୋତା ଓ ସ୍ଥାନ ସେ ମନ୍ତ୍ରଶକ୍ତିରେ ତାରଣ ହୋଇପାରନ୍ତି । ବେଦରେ ଦ୍ରଷ୍ଟା ଅଛନ୍ତି ସ୍ରଷ୍ଟା କହିଥିବା ମନ୍ତ୍ର ମାନଙ୍କରେ ଲେଖାନାହିଁ । ଅଥଚ ଏବେ (ଛପାୟା) ଛପା ଚାଲିଛି ନିଜର ନାମ ପ୍ରକାଶ ଚାଲିଛି । ଗୁରୁଘର ପାଠ ସର୍ବଦା ଭଦ୍ର୍ୟ ।
ମୋ : ୯୪୩୭୦୩୧୨୫୩