ବରଗଡ଼ ଧନୁଯାତ୍ରା : କଂସ ଭୂମିକାରେ ସୁଶୀଲ ମେହେର 

ବରଗଡ଼ ଧନୁଯାତ୍ରା : କଂସ ଭୂମିକାରେ ସୁଶୀଲ ମେହେର 

ବରଗଡ଼ : ସରିଲା ବରଗଡ଼ ଧନୁଯାତ୍ରା ପାଇଁ କଂସ ଚୟନ ପ୍ରକ୍ରିୟା । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପ୍ରଥମ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ ମେହେର । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଳାକାର ସମନ୍ୱୟ କମିଟିର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର । ୩୬ ଜଣ କଳାକାରଙ୍କୁ ପଛରେ ପକାଇ କଂସ ଚରିତ୍ର ପାଇଁ ଚୟନ ହୋଇଛନ୍ତି ସୁଶୀଲ ।

     ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା । ୧୧ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଧନୁଯାତ୍ରା ୨୦୨୬ ମସିହା ଜାନୁଆରୀ ୩ ତାରିଖରେ ଶେଷ ହେବ । ଏହାପୂର୍ବରୁ ଦେବକୀ, ନାରଦ, ଚାଣୁର, ମୁଷ୍ଟିକ, ସାର୍ତ୍ତକି, ବସୁଦେବ, ଅକ୍ରୁର ଓ ଉଗ୍ରସେନ, ମହାମନ୍ତ୍ରୀ ଏବଂ ସେନାପତି ଚରିତ୍ର ପାଇଁ କଳାକାର ଚୟନ କାର୍ଯ୍ୟ ସରିଥିଲା । ମହାରାଜ କଂସଙ୍କ ଚରିତ୍ର ପାଇଁ ୩୬ କଳାକାରଙ୍କ ନାଁ ସାମ୍ନାକୁ ଆସିଥିଲା । ହେଲେ ସେଥିରୁ ସୁଶୀଲ ମେହେରଙ୍କୁ ବାଛିଛନ୍ତି ବିଚାରକ ମଣ୍ଡଳୀ ।  ସେହିପରି ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ଅମ୍ବାଭୋନାର ହେମନ୍ତ ପ୍ରଧାନ ସେନାପତି, ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ ଚରିତ୍ର ପାଇଁ ଚୟନ ହୋଇଛନ୍ତି। ଧନୁଯାତ୍ରା ମହୋତ୍ସବ ସମିତି ଉପସଭାପତି ବରଗଡ଼ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହା ଘୋଷଣା କରିଛନ୍ତି।