ଗାଧୋଇବାକୁ ଯାଇ ବୁଡ଼ି ଗଲେ ଦୁଇ ସାଙ୍ଗ : ଜଣେ ମୃତ

ଗାଧୋଇବାକୁ ଯାଇ ବୁଡ଼ି ଗଲେ ଦୁଇ ସାଙ୍ଗ : ଜଣେ ମୃତ

ଦିଗପହଣ୍ଡି : ନଦୀରେ ଗାଧୋଉ ଥିବାବେଳ ଅଘଟଣ । ନଦୀକୁ ଗାଧୋଇବାକୁ ଯାଇ ବୁଡି ଗଲେ ଦୁଇ ସାଙ୍ଗ । ଏଭଳି ଏକ ଅଭାବନୀୟ ଘଟଣା ଗଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡରେ । 


    ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଗାଧୋଇବା ପାଇଁ ଦୁଇ ସାଙ୍ଗ ଆସିଥିଲେ । ଦୁଇ ସାଙ୍ଗ ଗାଧୋଉଥିବା ସମୟରେ ପ୍ରଥମେ ଜଣେ ସାଙ୍ଗ ବୁଡିଯାଉଥିବାବେଳେ ଅନ୍ୟ ଜଣେ ତାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ବୁଡି ଯାଇଥିଲା । ଉଭୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।