ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ
ନୂଆପଡା : ଆଜି ନୂଆପଡ଼ାରେ ଚାଲିଛି ଉପନିର୍ବାଚନ । ସବୁଆଡ଼ କିପରି ସୁରୁଖୁରୁରେ ମତଦାନ ହେବ ସେଥିପାଇଁ ଚାଲିଛି କଡ଼ା ବ୍ୟବସ୍ଥା । ତେବେ ଏହା ଭିତରେ ଏକ ବଡ ଖବର ଆସିଛି ଯେ ଜଣେ ପ୍ରିଜାଇଡିଂ ଅଫିସରଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବନ କରିଛନ୍ତି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ ଗୋପାଳନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୩୬ ନମ୍ବର ବୁଥରେ କାର୍ୟ୍ୟରତ ଧନଞ୍ଜୟ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି । ଭୋଟରଙ୍କୁ ସହାୟତା ନାଁରେ ନିଜେ ଭୋଟ ଦେଇଥିଲେ ପ୍ରିଜାଇଡିଂ ଅଫିସର । ସିସିଟିଭି ଫୁଟେଜ୍ ଆଧାରରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।