ଅଙ୍ଗନୱାଡି ନୂତନ ସହାୟିକା ନିଯୁକ୍ତିରେ ଜାଲିଆତି
ଦଶପଲ୍ଲା: ଦଶପଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ (ଆଇସିଡିଏସ୍) ଦ୍ୱାରା ଦଶପଲ୍ଲା, ଏନ୍ଏସି ଦଶପଲ୍ଲାର ୧୧ ନଂ ୱାଡ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରର ସହାୟିକା ପଦବୀ ପାଇଁ ନିଯୁକ୍ତିରେ ବ୍ୟାପକ ଜାଲିଆତି କରାଯାଇ ନିଯୁକ୍ତି ଦିଆଯାଇଥିବା ଆବେଦନକାରୀଣୀ କବିତା ନାୟକ ଅଭିଯୋଗ ଆଣିଛନ୍ତ । ଏଥିରେ ୪ ଜଣ ଆବେଦନ କରିଥିଲେ ୪ ଜଣଙ୍କ ମଧ୍ୟରୁ ୨ ୱାର୍ଡ ବାହାରର । ମଧୁସ୍ମିତା ସାହୁଙ୍କୁ ସିଡିପିଓ ନିଯୁକ୍ତି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ମଧୁସ୍ମିତା ସାହୁ ଏବଂ ସ୍ୱାମୀ ସର୍ବେଶ୍ୱର ସାହୁ ୧୨ ନଂ ୱାର୍ଡ ବାସିନ୍ଦା ହୋଇଥିବା ବେଳେ, ତାଙ୍କ ସ୍ୱାମୀ ନାମରେ ଦୁଇଟି ଜାଗାରେ ଭୋଟ ପରିଚୟପତ୍ର ଅଛି । ଗୋଡ଼ିବିଡା ଗ୍ରାମ ଶିମିଳିସାହି ପଞ୍ଚାୟତରେ ଘରବାରି ବାସସ୍ଥାନ ଥାଇ ଖାତା ନଂ ୨୮୯/ ୪୪୧ ପ୍ଳଟ ନମ୍ୱର ୧୫୨୦ ଘରବାରି କିସମ ଦେଖାଇ ମଧୁସ୍ମିତା ସାହୁ ପିତା ସୁରେଶ ଚନ୍ଦ୍ର ସାହୁ ସ୍ୱାମୀ ସର୍ବେଶ୍ୱର ସାହୁ ସେହି ପଞ୍ଚାୟତରୁ ରାସନ କାର୍ଡ ପାଇବା ପାଇଁ ଆବେଦନ କରିଛନ୍ତି । ଏ ସବୁ ସମସ୍ତ ପ୍ରମାଣ ଲିଖିତ ଭାବେ ସମସ୍ତ କପି ସହିତ ଜଣାଇଥିଲେ ମଧ୍ୟ ଉପଯୁକ୍ତ ତଦନ୍ତ ନକରି ଏତେସବୁ ଅଭିଯୋଗ ସତ୍ତ୍ୱେ ବ୍ୟାପକ ଜାଲିଆତି କରି ନିଯୁକ୍ତି ଦିଆଯାଇଛି । ଏଥିରେ ଦଶପଲ୍ଲା ସିଡିପିଓ ନୟାଗଡ଼ ଉପଜିଲ୍ଲାପାଳ ଚଞ୍ଚକତା ଓ ବ୍ୟାପକ ଅର୍ଥ କାରବାର କରି ବେଆଇନ୍ ଭାବେ ନିଯୁକ୍ତ କରିଛନ୍ତି । ଏବିଷୟରେ ସିଡିପିଓଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଫୋନ୍ ବନ୍ଦ ରହିଥିଲା ।