୨୭ରେ ସ୍ପେଶିଆଲ ଓଟିଇଟି

 କଟକ : ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ହେବ ଓଟିଇଟି ପାରୀକ୍ଷା  । ବୋର୍ଡ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରିହୋଇଛି  । ୨ଟି ସିଟିଂରେ ଓଟିଇଟି ପରୀକ୍ଷା କରାଯିବ ବୋଲି ବୋର୍ଡ ତରଫରୁ ସୂଚନା ମିଳିଛି  । ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପେପର୍-୧, ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ପେପର-୨ ପରୀକ୍ଷା କରାଯିବ  । ପରୀକ୍ଷା କେନ୍ଦ୍ରରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି  । ଆସନ୍ତା ୧୭ରୁ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେବ  ।