ସରିଲା ସର୍ବଦଳୀୟ ବୈଠକ : ଅସନ୍ତାକାଲି ବସିବ ବିଧାନସଭାର ଶୀଳକାଳୀନ ଅଧିବେଶନ
ଭୁବନେଶ୍ୱର : ଆସନ୍ତା କାଲି ବସିବାକୁ ଯାଉଛି ବିଧାନସଭାର ଶୀଳକାଳୀନ ଅଧିବେଶନ । ଅସନ୍ତା କାଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାର ଶୀଳକାଳୀନ ଅଧିବେଶନରେ ଯୋଗ ଦେବେ । ବିଧାନସଭା ସୁରୁଖୁରୁରେ ଚଳାଇବାକୁ ବସିଥିବା ସର୍ବଦଳୀୟ ବୈଠକ । ଏ ନେଇ ବିଧାନସଭା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିଭଳି ଭାବେ ବିଧାସଭାରେ ସୁରୁଖୁରୁରେ ବିଭନ୍ନ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ଜିରୋ ଆୱାର କେତେ ସମୟ ରହିବ, ସରକାରୀ ଦଳ କେତେ ସମୟ କହିବେ, ବିରୋଧୀ କେତେ ସମୟ କହିବେ ସେ ନେଇ ଆଲୋଚନା ହୋଇଛି । ଏହି ବୈଠକରେ ବାଚସ୍ପତି ସୁରମା ପାଢ଼ୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, କଂଗ୍ରେସ ବିଧାୟକ ଦଳନେତା ରାମଚନ୍ଦ୍ର କାଡାମ ଓ ମୁଖ୍ୟ ସଚେତକ ସିଏସ ରଜନ ଏକ୍କା, ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।