ପଞ୍ଚାୟତରାଜ ମନ୍ତ୍ରୀଙ୍କ କଣ୍ଟିଲୋ ଗସ୍ତ
ଖଣ୍ଡପଡ଼ା : ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତ ରାଜ ଓ ପାନୀୟ ଜଳଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ କଣ୍ଟିଲୋ ଗସ୍ତ କରିଛନ୍ତି । ଏହି ଅବସରରେ ରାଜ୍ୟର ପର୍ଯ୍ୟଟନ କେନ୍ଦ୍ର ନୀଳମାଧବ ପୀଠ କଣ୍ଟିଲୋର ବିକାଶ ଓଡିଶା ବିକାଶରେ ସାମିଲ ହୋଇ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହିତ ପ୍ରସିଦ୍ଧି ଲାଭ କରିଥିବା କଂସା ବାସନ ଶିଳ୍ପର ମଧ୍ୟ ହେବ ବୋଲି ଶ୍ରୀ ନାୟକ କହିଛନ୍ତି । ମନ୍ଦିର ପାଖରେ ଦୁଇଟି ସୁଲଭ ଶୌଚାଳୟ ନିର୍ମାଣ କରାଯିବା ସଙ୍ଗେସଙ୍ଗେ ମହାନଦୀ କୂଳରେ ପର୍ଯ୍ୟଟକ ମାନେ ବସି କରି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ତାଙ୍କ ବିଭାଗ ପକ୍ଷରୁ କେତେକ ଚେୟାର ବ୍ୟବସ୍ଥା କରିବାକୁ ଉପସ୍ଥିତ ଥିବା ନୟାଗଡ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ନାୟକ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ନୀଳମାଧବ ଜୀଉଙ୍କ ଦୟଣା ଚୋରୀ ବଗିଚାକୁ ଯାଇ ଦୁଇଗୋଟି ବୃକ୍ଷ ରୋପଣ କରି ମନ୍ଦିରକୁ ଯାଇ ଶ୍ରୀ ଜୀଉଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାନି ଓ ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଉପସ୍ଥିତ ଥିଲେ ।