ମୃତକଙ୍କ ପରିବାରକୁ ବୀମା ସହାୟତା ପ୍ରଦାନ
କୋରାପୁଟ : ଓଡ଼ିଶା ଜୀବିକା ମିଶନ ସଂସ୍ଥାରେ ୨୦୨୧ମସିହାରୁ ଗୁପ୍ତ ମାଣ୍ଡିଙ୍କ ସ୍ତ୍ରୀ ତୁଳସୀ ମାଣ୍ଡି ସିଆର୍ପି ଭାବେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମ୍ମା ପଞ୍ଚାୟତ ସ୍ଥିତ ଡେଙ୍ଗାଗୁଡ଼ା ଓ ଫୁଣ୍ଡାଗୁଡା ଗ୍ରାମର ଆଞ୍ଚଳିକ ମଞ୍ଚ ଠାରେ କାର୍ଯ୍ୟ କରି ଆସୁଥିଲେ । ହେଲେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାକୁ କୋରାପୁଟ ବଡ଼ ମେଡ଼ିକାଲରେ ଚିକିତ୍ସିତ ହୋଇଥିଲେ । ପରେ ସେ ଘରେ ରହି ଚିକିତ୍ସିିତ ହେବା ବେଳେ ତାଙ୍କର ମୃତୁ୍ୟ ଘଟିଥିଲା । ତେବେ ସେ ଜୀବିତ ଥିବା ସମୟରେ ଦଶମନ୍ତପୁର ଶାଖା ଏସ୍ବିଆଇ ଠାରେ "ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା’ ୪୩୬ ଟଙ୍କାର କରିଥିଲେ । ଫଳରେ ତୁଳସୀ ମାଣ୍ଡିଙ୍କ ମୃତୁ୍ୟ ପରେ ଦଶମନ୍ତପୁର ଏସ୍ବିଆଇ ଶାଖା ଅଧିକାରୀ ରାକେଶ ପଣ୍ଡାଙ୍କ ଦ୍ୱାରା ଦୁଇ ଲକ୍ଷ ଟଙ୍କାର ଚେକ୍ ସ୍ୱାମୀ ଗୁପ୍ତ ମାଣ୍ଡିଙ୍କୁ ପ୍ରଦାନ କରାଯାଇଛି । ଏଥିରେ ବ୍ୟାଙ୍କ କର୍ମଚାରୀ ଲୋକନାଥ ନାୟକ, ଓଏଲ୍ଏମ୍ ବ୍ଲକ ସଂଯୋଜକ ଫିରୋଜ କୁମାର ଲିମା, ଧରିତ୍ରୀ ସେଠୀ, ଜସ୍ପିନ ହୋରିଜୋନ, ସ୍ନିଗ୍ଧା ରାଣୀ ହିଆଲ ଏବଂ ଏଲ୍ଏସ୍ପି ଇତ୍ୟାଦି ଉପସ୍ଥିତ ସହଯୋଗ କରିଥିଲେ ।