ଟ୍ରଲର ଧକ୍କାରେ ଦୁଇ ବାଇକ ଆରୋହୀ ମୃତ୍ୟୁ 

ଟ୍ରଲର ଧକ୍କାରେ ଦୁଇ ବାଇକ ଆରୋହୀ ମୃତ୍ୟୁ 

ବଣାଇ : ଟ୍ରଲର ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । ବଣାଇ ଉପଖଣ୍ଡ ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତା ଗମଲେଇ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ହୋଇଥିବା ଦୁଇ ଯୁବକଙ୍କର ପରିଚୟ ମିଳିନାହିଁ । ବାଇକ ଯୋଗେ ଦୁଇ ଜଣ ଯୁବକ ନରେନ୍ଦ୍ର ପଟୁ ଆସୁଥିବା ବେଳେ ପଛପଟୁ ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କର ମୁଣ୍ଡରେ ଗାଡି ଚକା ଚଢି ଯିବାରୁ ଉଭୟ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । 

 
   ଖବର ପାଇ ଲହୁଣୀପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ମୃତ ଦୁଇ ଯୁବକଙ୍କ ଶବକୁ ଉଦ୍ଧାର କରି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଧକ୍କାରେ ଦେଇ ଥିବା ଟ୍ରଲରଟିକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଲହୁଣୀପଡା ପୁଲିସ ।