ଗୋରୁ ବୋଝେଇ କଣ୍ଟେନର ଜବତ

ଗୋରୁ ବୋଝେଇ କଣ୍ଟେନର ଜବତ

ନୀଳଗିରି : ଭଦ୍ରକରୁ ୪୬ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୁଲିସ ବାରାକୋଇଲି ଛକ ଠାରୁ କଣ୍ଟେନର ଗୋରୁଗାଡି ଜବତ କରିଛି । ସୂଚନା ମୁତାବକ ଗତ ରାତ୍ରିରେ ଭଦ୍ରକରୁ ୪୬ ରୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥରରେ ଥିବା ସେରଗଡ଼ ଟୋଲଗେଟ ଫାଙ୍କିବା ପାଇଁ ବଉଳଗଡିଆ ପଞ୍ଚଲିଙ୍ଗେଶ୍ୱର ନୀଳଗିରି (ପି.ଡବ୍ଲ୍ୟୁ.ଡି) ରାସ୍ତାର ସାହାରା ନେଇଥାନ୍ତି ବେଆଇନ୍‌ ଗୋଚାଲାଣକାରି । ଏହି କ୍ରମରେ କୌଣସି ସୂତ୍ରରୁ ନୀଳଗିରି ପୁଲିସ ଖବର ପାଇ ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ନିର୍ଦ୍ଦେଶରେ ଇଶ୍ୱରପୁର ଛକ ଠାରେ ଶନିବାର ଭୋର ସମୟରେ ଇଶ୍ୱରପୁର ଫାଣ୍ଡି ଅଧିକାରୀ ବିକାଶ ଭୋଇ ଓ ବରେନ୍ଦ୍ର ନାଥ ସିଂ କିଛି ଗୋ-ସେବକ ଜଗିରହିଥିବା ବେଳେ ୪୬ ଗୋରୁଙ୍କୁ ନେଇ ଚାଲଣ ହେଉଥିବା ଆର.ଜେ.୧୪ଜି.ଜେ ୬୭୩୦ କଣ୍ଟେନର ଗାଡିଟିକୁ ଜବତ କରି ନୀଳଗିରି ଥାନାକୁ ଆଣିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରହିଛି । ହେଲେ ଉକ୍ତ କଣ୍ଟେନର ଆଗରେ ଚାଲିଥିବା ବଲେର ପାଇଲଟ ଗାଡିଟି ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲା । ପୁଲିସ ଆଖିରେ ଧୁଳି ଦେବାପାଇଁ ଏହି କଣ୍ଟେନର ଗାଡିଟି ଗୋଟିଏ ଡାକ ପାର୍ସଲ ଗାଡିର ବ୍ରାଣ୍ଡିଂ ହୋଇଥିବାର ଦେଖିବାକୁ ମିଳିଛି । ପରେ ନୀଳଗିରି ଥାନା ପକ୍ଷରୁ ୫୧୩/୨୫ ନଂ ଏକ ମାମଲା ରୁଜୁ କରି ଗୋରୁ ବୁଝଇ କଣ୍ଟେନର କୁ ସ୍ଥାନୀୟ ବାମପଦା ଗୋଶାଳାକୁ ପଠାଯାଥିବା ବେଳେ ୪୬ ଗୋରୁ ମଧ୍ୟରେ ଗୋଟିଏ ଗୋରୁ ମରିଜାଇଥିବାର ସୁଚନା ମିଳିଛି ।