ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ : ସ୍ତ୍ରୀ ମୃତ, ସ୍ୱାମୀ ଆହତ

ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ : ସ୍ତ୍ରୀ ମୃତ, ସ୍ୱାମୀ ଆହତ

ପୁରୁଣାକଟକ : ସ୍ୱାମୀ ଆଗରେ ଚାଲିଯାଇଛି ସ୍ତ୍ରୀର ଜୀବନ । ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଆହତ ହୋଇଛନ୍ତି । ଖୋର୍ଦ୍ଧାବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ ମାର୍ଦ୍ଦିଙ୍ଗ ଗ୍ରାମ ନିକଟରେ ଘଟିଛି ଦୁର୍ଘଟଣା । ଗୁରୁତର ସ୍ୱାମୀଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି । କନ୍ଧମାଳଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପାଦ ଗ୍ରାମର ବିରୁପାକ୍ଷ ରାଉତ (୪୨) ଓ ତାଙ୍କ ପତ୍ନୀ ଅପରାଜିତା ରାଉତ(୩୯) । 

   

    ସୂଚନା ଅନୁଯାୟୀ, ଆଜି ସକାଳେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ଗାଁର ବିରୁପାକ୍ଷ ସାହୁ ଏବଂ ତାଙ୍କ ପତ୍ନୀ ଅପରାଜିତା ରାଉତ ଉଭୟ ଏକ ବାଇକ ଯୋଗେ ବ୍ରାହ୍ମଣ ପାଦରୁ ପୁରୁଣା କଟକ ସମ୍ପର୍କୀୟ ଘରକୁ ଯାଉଥିଲେ । ମାର୍ଦ୍ଦିଙ୍ଗ ନିକଟରେ ଭୁବନେଶ୍ୱର ପଟୁ ଆସୁଥିବା ଏକ ଟ୍ରକ୍‌ ପଛ ଧକ୍କା ଦେଇଥିଲା । ଫଳରେ ପତ୍ନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣା ସ୍ଥଳରେ ହିଁ ପତ୍ନୀ ପ୍ରାଣ ହରାଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ମାରୁଥିବା ବେଳେ ହରେକୃଷ୍ଣପୁର ଛକରେ ଉତ୍ତ୍ୟକ୍ତ ଲୋକେ ଅଟକାଇ ପୁଲିସର ଜିମା ଦେଇଥିବା ଜଣାପଡିଛି । ଘଟଣା ସ୍ଥଳରେ  ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।