ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ
ଆନନ୍ଦପୁର : ଅନ୍ତର୍ଜାତୀୟ ଯୋଗ ଦିବସରେ ଆନନ୍ଦପୁର ପୌରପାଳିକା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପଦେଶକୁ ସମ୍ମାନ ଜଣାଇ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ସଭାପତିତ୍ୱରେ ଆନନ୍ଦପୁର ଏସଇଟିପି ପ୍ଲାଣ୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ରଜନୀରାଣୀ ଖଟୁଆ ଏବଂ ପ୍ରାକ୍ତନ ପୌରାଧ୍ୟକ୍ଷ୍ୟ ତଥା ପୌର ସାଂସଦ ପ୍ରତିନିଧି ରାମଚନ୍ଦ୍ର ସାହୁ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ପୌରପରିଷଦର ସମସ୍ତ କାଉନସିଲର, ପୌର କାର୍ଯ୍ୟାଳୟ କର୍ମଚାରୀ, ପ୍ଲାଣ୍ଟରେ କାର୍ଯ୍ୟରତ ସ୍ୱୟଂ ସହାୟକ ମହିଳାମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।