ବିଜେଡ଼ି ନେତା ମନୋଜ ମିଶ୍ରଙ୍କ ଘରେ ରେଡ଼
ନୂଆପଡ଼ା : ସରିବାକୁ ବସିଛି ନୂଆପଡ଼ା ନିର୍ବାଚନ ପ୍ରଚାର । ଅଜି ପ୍ରଚାରର ଶେଷ ଦିନ । ଆସନ୍ତା ୧୧ ତାରିଖରେ ହେବ ନୂଆପଡ଼ା ଉପ ନିର୍ବାଚନ । ଏମଧ୍ୟରେ ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡ଼ି ନେତାଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଛି । ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମିଶ୍ରଙ୍କ କୋମନା ସ୍ଥିତ ବାସଭବନରେ ଆୟକର ବିଭାଗର ଚଢ଼ଉ ଜାରି ରଖିଛି । ମନୋଜ ପୂର୍ବରୁ କୋମନା ବ୍ଲକ୍ର ଅଧ୍ୟକ୍ଷ ସହ ନୂଆପଡ଼ା ଜିଲ୍ଲା ସଭାପତି ଥିଲେ । ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟର ପ୍ରମୂଖ ଦାବିଦାର ଥିଲେ ମନୋଜ । କେଉଁ କାରଣରୁ ଏହି ଚଢ଼ଉ କରାଯାଇଛି ତାହା ଏପର୍ଯ୍ୟନ୍ତ ଅୟକର ବିଭାଗ ଓ ମନୋଜ ମିଶ୍ରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।