ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ନିର୍ବାଚନ: ସମ୍ପାଦକ ପଦ ବଜାୟ ରଖିଲେ ରମେଶ
ଜଟଣୀ: ଶ୍ରମିକ କଂଗ୍ରେସର ୧୧ତମ ଦୁଇବାର୍ଷିକ ଅଧିବେଶନ ଓ ନିର୍ବାଚନ ଭିଶାଖାପାଟଣା ସ୍ଥିତ ଆଶୀର୍ବାଦ କମୁ୍ୟନିଟି ହଲ୍ରେ ଅନୁଷ୍ଠିତ ହୋଇଛି । ଏହି ଅଧିବେଶନରେ ପୂର୍ବତଟ ରେଳପଥ ଅନ୍ତର୍ଗତ ତିନି ମଣ୍ଡଳରୁ ଯୋଗଦେଇଥିବା କର୍ମୀମାନେ ନିଜ କାର୍ଯ୍ୟସ୍ଥଳିରେ ଉପୁଜୁଥିବା ଶ୍ରମିକ ମାରଣ ନୀତି ଉପରେ ନିଜ ମତ ରଖିଥିଲେ କ୍ଷ ଦ୍ୱିତୀୟାର୍ଦ୍ଧରେ ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁ ଦଳକୁ ମଜବୁତ କରିବା ପାଈଁ ନିଜ ଉପଲବ୍ଧି ବଖାଣିଥିଲେ, ଅନ୍ୟାନ୍ୟ ନେତୃବୃନ୍ଦ ତାଙ୍କର ଅଭିଭାଷଣ ରଖିବା ପରେ ଜୋନାଲ କୋଷାଧ୍ୟକ୍ଷ ଆଶୁତୋଷ ମହାନ୍ତି ୨୦୨୪/୨୫ ର ଆୟ ବ୍ୟୟ ହିସାବ ରଖିଥିଲେ । ସର୍ବସମ୍ମତିକ୍ରମେ ଗୃହରେ ପାରିତ ହେଲା ପରେ ସଭାପତି ଜେ ସମ୍ପତ କୁମାର ପୁରାତନ ପରିଷଦକୁ ଭଙ୍ଗ ଘୋଷଣା କରି ପୁନଃ ନିର୍ବାଚନ ନିମନ୍ତେ ନିର୍ବାଚନ ଅଧିକାରୀ ଭାବେ ସୁଧୀର ପାଢ଼ୀଙ୍କୁ ଦାଇତ୍ୱ ଦେଇଥିଲେ । ନିର୍ବାଚନ ଅଧିକାରୀ ଶ୍ରୀ ପାଢ଼ୀ ଉପସ୍ଥିତ କର୍ମୀଙ୍କ ଠାରୁ ଭୋଟ ଗ୍ରହଣ କରି ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିଥିଲେ । ଜୋନାଲ ସଭାପତି ଭାବେ ଜେ ସମ୍ପତ କୁମାର, ଉପସଭାପତି ଭାବେ ପ୍ରମୋଦ ସାହାଣୀ, ସୁନୀଲ ଭଞ୍ଜ, ଟିଭି ମଉଳି ଓ ମହମଦ ରଫିକ ନିର୍ବାଚିତ ହୋଇଥିବା ବେଳେ, ଜେନେରାଲ ସେକ୍ରେଟାରୀ ଭାବେ ରମେଶ ଚନ୍ଦ୍ର ସାହୁ ବହୁ ଭୋଟ ବ୍ୟବଧାନରେ ପୁନଃ ନିର୍ବାଚିତ ହୋଇଥିଲେ । ଶରତ ପଣ୍ଡା ଓ ଅକ୍ଷୟ କୁମାରଙ୍କୁ ନୂତନ ଭାବେ କେନ୍ଦ୍ରୀୟ ପଦାଧିକାରୀ ଭାବେ ନିର୍ବାଚିତ ହୋଇଥିବା ଏନ୍ଏଫ୍ଆଇଆର କାର୍ଯ୍ୟକାରୀ କମିଟି ସଦସ୍ୟ ଏଲ୍ଡି ମହାନ୍ତି ସୂଚନା ଦେଇଛନ୍ତି ।