ଭୁବନେଶ୍ୱର ଗସ୍ତରେ ଜିଲ୍ଲାର କିଶୋରୀ

 ନବରଙ୍ଗପୁର : ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ନିଦେ୍ର୍ଦଶକ୍ରମେ ଅନ୍ତଜିଲ୍ଲା ଅନୁଭୂତି ନିମନ୍ତେ ନବରଙ୍ଗପୁର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଅଦ୍ୱିକା ଯୋଜନା ଅଧୀନରେ କୋଷାଗୁମୁଡ଼ା, ପାପଡ଼ାହାଣ୍ଡି, ଡାବୁଗାଁ, ଉମରକୋଟ ବ୍ଲକର ୧୪ ବର୍ଷରୁ ୧୮ ବର୍ଷିୟା ୩୩ ଜଣ କିଶୋରୀଙ୍କୁ ଗତ ୨୩ ତାରିଖରେ ଭୁବନେଶ୍ୱର ଗସ୍ତ କରିଛନ୍ତି  । ଗସ୍ତ ସମୟରେ ଜିଲ୍ଲାପାଳ  ଡ. ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ବିଧାୟକଙ୍କ ପ୍ରତିନିଧି ଦେବଦାସ ମହାକୁଡ, ଜିଲ୍ଲା ଶ୍ରମ ବିଭାଗଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉପସ୍ଥିତ ରହି କିଶୋରୀମାନଙ୍କୁ ଯାତ୍ରାର ଶୁଭେଚ୍ଛା ଦେଇଥିଲେ  । ରୋମା ପଟ୍ଟନାୟକ, ସସ୍ମିତା ପାତ୍ର, ପ୍ରୀତି କୁମାରୀ ବାଘ, ସୁମିତ୍ ରାଜ ମିଶନ ଗ୍ରାହାମ ଏବଂ ଚାରୋଟି ବ୍ଲକର ଚାରିଜଣ ଅଙ୍ଗନବାଡ଼ି କର୍ମୀମାନେ ମଧ୍ୟ ସୁରକ୍ଷା ଦାୟିତ୍ୱରେ ସାଙ୍ଗରେ ଅଛନ୍ତି  । ଭୁବନେଶ୍ୱର ଠାରେ ବିଶ୍ୱ ଦକ୍ଷତା କେନ୍ଦ୍ର, କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର ଆଇଟିଆଇ ପରିଦର୍ଶନ କରି ସ୍ୱାବଲମ୍ବୀ ହେବା ପାଇଁ ଆଗ୍ରହୀ ହେବା ଉଦେ୍ଦଶ୍ୟରେ ଏହି ଆୟୋଜନ ହୋଇଛି  ।