ବୋମା ବିସ୍ଫୋରଣରେ ପୁଅ ମୃତ, ବାପା ଗୁରୁତର

ବୋମା ବିସ୍ଫୋରଣରେ ପୁଅ  ମୃତ, ବାପା ଗୁରୁତର

ଅନୁଗୋଳ : ଅନୁଗୋଳ ଜିଲ୍ଲା ସମଲ ଥାନା ସିପୁର ଗ୍ରାମରେ ଅଭାବନୀୟ ଘଟଣା । ବୋମା ବିସ୍ଫୋରଣରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି ସୂଚନା ମୁତାବକ, ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ରଖାଯାଇ ଥିବା ବୋମାରେ ବିସ୍ଫୋରଣ ହୋଇ ଏଭଳି ଘଟିିଛି । ଉଭୟଙ୍କୁ ପରିବାର ଲୋକ ଖମାର ମେଡ଼ିକାଲରେ ଭର୍ତ୍ତିକରିଥିଲେ, ହେଲେ ପୁଅଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ବାପାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ଏସିବି ମେଡ଼ିକାଲକୁ ସ୍ଥାନାନ୍ତରୀତ କରାଯାଇଛି ।