ଡ୍ରେନରୁ ବିଲୁଆ ଉଦ୍ଧାର

ଡ୍ରେନରୁ ବିଲୁଆ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ରିଂରୋଡ଼ ଡ୍ରେନରୁ ଏକ ବିଲୁଆ ଉଦ୍ଧାର l ସମ୍ବଲପୁର ଜ଼ିଲ୍ଲାପାଲଙ୍କ କାର୍ଯ୍ୟାଳୟ ପଛ ପଟେ ଥିବା ଏକ ଡ୍ରେନ ଭିତରେ ବିଲୁଆଟି  ପଡିଥିବାର ଦେଖିବାକୁ ମିଳିଥିଲା l ତୁରନ୍ତ ଅଗ୍ନିଶମ ବିଭାଗ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବିଲୁଆକୁ ଉଦ୍ଧାର କରିଥିଲେ l ବିଲୁଆକୁ ଧରିବା ପରେ ସମ୍ବଲପୁର ଚିଡ଼ିଆଖାନାକୁ ପଠାଯାଇଥିବା ବେଳେ ସେଠାରେ ବିଲୁଆର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ବନ ବିଭାଗ କହିଛି l