ବ୍ୟକ୍ତି ଓ ବ୍ୟକ୍ତିତ୍ୱର ଦିଗଦିଗନ୍ତ

ଆଜ୍ଞା ନମସ୍କାର, 
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ କ୍ଷ' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ ବ୍ୟକ୍ତି ଓ ବ୍ୟକ୍ତିତ୍ୱର ଦିଗଦିଗନ୍ତ ସଂପର୍କରେ କିଛି କଥା କ୍ଷ ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା କ୍ଷ 

କୌଣସି ଜଣେ ବ୍ୟକ୍ତିର ସଫଳତା ପୁରୁଷାନୁକ୍ରମିକ ସଫଳତା ନୁହେଁ  । ସଫଳତା ସବୁବେଳେ ବ୍ୟକ୍ତିଗତ  । ବାପା ସଫଳ ଥିଲେ ସେଥିପାଇଁ ପୁଅ ସଫଳ ହେବ ଏଭଳି ହୁଏ ନାହିଁ  । କିନ୍ତୁ ବାପାଙ୍କ ସଫଳତାକୁ ନେଇ ବହୁ କ୍ଷେତ୍ରରେ ସନ୍ତାନସନ୍ତତିମାନେ ଗର୍ବ କରନ୍ତି  । ବାପା ନାଁରେ ପାଇଁ ଗର୍ବ କରିବା ଖରାପ କଥା ନୁହେଁ  । ହେଲେ ବାପ ସଫଳତାକୁ ନିଜର ଅଧିକାର ବୋଲି ଭାବି ନେବା ଆୌ ଉଚିତ୍ ନୁହେଁ  । ଏମିତି ହେଲେ ହୁଏତ ଜୀବନରେ କେଉଁଠି ନା କେଉଁଠି ହାସ୍ୟାସ୍ପଦ ହେବା ଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ  । 
ସନ୍ତାନସନ୍ତତିଙ୍କ ସଫଳତାରେ ପିତାମାତାମାନେ ମଧ୍ୟ ଗର୍ବ କରିବେ  । କିନ୍ତୁ ଏହି ଗର୍ବ ଯଦି ଅହଙ୍କାରରେ ପରିଣତ ହେଇଯାଏ, ତେବେ ତାହା ଅନେକ ଅପ୍ରୀତିକର ପରିସ୍ଥିିତିର ସମ୍ଭାବନା ସୃଷ୍ଟି କରେ  । ଗର୍ବ ଏବଂ ଅହଙ୍କାର ଏକାକଥା ନୁହେଁ  । କିନ୍ତୁ ଏହି ଗର୍ବକୁ ଅହଙ୍କାରରେ ପରିଣତ କରି ଦେଲେ ଏହା ଏକ ପ୍ରକାରର ଦାବି ହୋଇଯାଏ  । ଅର୍ଥାତ୍ ମୋ ବାପା ଅମୁକ ଥିଲେ, ତେଣୁ ମୁଁ ଅମୁକ ସୁବିଧାର ହକଦାର୍  । ଏହା ହେଉଛି ଅହଙ୍କାର  । 
ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ୱ ଅନ୍ୟ ଠାରୁ ଅଲଗା  । ତେଣୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ନେଇ ଆଉ ଜଣେ ବ୍ୟକ୍ତି ଅହଙ୍କାର କରି ବସିବା କିମ୍ବା ସେହି ଅନ୍ୟ ବ୍ୟକ୍ତିର ନାଁକୁ ନେଇ ସ୍ୱାର୍ଥ ହାସଲ କରିବା ଆୌ ଭଲ କଥା ନୁହଁ  । କାରଣ ଏହା ନିଜର ଦକ୍ଷତା ଓ ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ ଉଠାଏ  । ନିଜର ଦକ୍ଷତା ଏବଂ ସାମର୍ଥ୍ୟ ନ ଥିବାରୁ ଅନ୍ୟ ବ୍ୟକ୍ତିର ଦକ୍ଷତା ଏବଂ ସାମର୍ଥ୍ୟକୁ ଗର୍ବ ବୋଲି ଭାବିବା ଏବଂ ଏହାକୁ ଅହଙ୍କାରରେ ପରିଣତ କରିଦେବା ଅସମର୍ଥ ବ୍ୟକ୍ତିର ଲକ୍ଷଣ  । କୌଣସି କ୍ଷେତ୍ରରେ ଦାୟାଦ ଭାବରେ କିଛି ଗୋଟିଏ ସୁବିଧା ସୁଯୋଗ ଦାବି କରିବା ଅତ୍ୟନ୍ତ ଅଶୋଭନୀୟ ଏବଂ ନିଜ ଅସାମର୍ଥ୍ୟର ପରିଚାୟକ ମଧ୍ୟ  । ତେଣୁ ଏଭଳି କାର୍ଯ୍ୟ ଜୀବନରେ କେବେ ବି କରିବା ଉଚିତ୍ ନୁହେଁ  । ଯାହାକି ପରବର୍ତ୍ତୀ ସମୟରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ବ୍ୟକ୍ତିକୁ ନିନ୍ଦିତ କରିବ  ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ନମସ୍କାର  ।