ସାମ୍ପ୍ରତିକ ସମାଜରେ ବାର୍ଦ୍ଧକ୍ୟର ବୋଝ

  ସୁବାସ କୁମାର ତାରଣିଆଁ : 
ପ୍ରତିଦିନ ସକାଳୁ ଉଠି · ପିଇବାକୁ ଯିବାବେଳେ, ଲକ୍ଷ୍ୟ କରେ, ଜଣେ ଭଦ୍ରବ୍ୟକ୍ତି ରାସ୍ତାକଡ଼ରେ ଛିଡ଼ାହୋଇ ବୁଲା କୁକୁରଙ୍କୁ ବିସ୍କୁଟ ଖାଇବାକୁ ଦେବା, ସେମାନଙ୍କ ଦେହରେ ଲାଗିଥିବା ପୋକ ଓ ଅଳିଆଗୁଡ଼ିକୁ କାଢି ସଫାସୁତୁରା କରିବା, ବୁଲା ଗୋରୁଗାଈଙ୍କୁ ରୁଟି, ପରିବା େ·ପା ଖାଇବାକୁ ଦିଅନ୍ତି । କିଛିଦିନ ଯିବାଆସିବା ଭିତରେ ସେହି ଭଦ୍ରବ୍ୟକ୍ତିଙ୍କ ସହିତ ମୋର ପରିଚୟ ସୃଷ୍ଟି ହେଲା । ଦିନେ · ପିଇ ଫେରିବା ସମୟରେ ସେ ମୋତେ ହଠାତ୍ ଡାକି କହିଲେ, ଦେଖନ୍ତୁ, ଆପଣ ଭାବୁଥିବେ ଏ ଲୋକଟି ସବୁଦିନେ ବୁଲା କୁକୁର, ଗୋରୁ, ଗାଈଙ୍କୁ କାହିଁକି ଖାଇବାକୁ ଦେଉଛି? ଆମେ ହେଲୁ ମଣିଷ, ଭଗବାନ କଥା କହିବାର ଶକ୍ତି ଆମକୁ ଦେଇଛନ୍ତି, ଆମର ଦୁଃଖ ଯନ୍ତ୍ରଣାକୁ ଆମେ ଅନ୍ୟ ଆଗରେ ପରିପ୍ରକାଶ କରିପାରିବା । ମାତ୍ର ଏ ବୁଲା କୁକୁର, ଗୋରୁଗାଈ, ପକ୍ଷୀମାନଙ୍କର ତ କଥା କହିବାର ଶକ୍ତି ନାହିଁ । ତେଣୁ ସେମାନଙ୍କ ଦୁଃଖ ବା ସମସ୍ୟା କାହା ଆଗରେ ପ୍ରକାଶ କରିବେ? ଭୋକ ଶୋଷ ଲାଗିଲେ, ସେମାନେ ଏ ଦୋକାନ ଆଗରେ ସେ ଘର ଦୁଆରେ ଖାଦ୍ୟ ଆଶାରେ ପଇଁତରା ମାରନ୍ତି । ତେଣୁ ଆମେ ମଣିଷ ହୋଇ ନିଜର ମାନବିକତା ଦୃଷ୍ଟିରୁ ବୁଲା କୁକୁର, ଗୋରୁଗାଈଙ୍କୁ କିଛି ଖାଇବାକୁ ଦେଲେ ସେମାନଙ୍କ ଦୁଃଖ ଦୂର ହୋଇଥାଏ । ମଣିଷ ହେଉଛି ସାମାଜିକ ପ୍ରାଣୀ, ତେଣୁ ମଣିଷ କୌଣସି ମଠ, ମନ୍ଦିର ଯାଇ ପଥର ଉପରେ କ୍ଷୀର ନଢାଳି ବରଂ ବୁଲା କୁକୁର, ଗୋରୁ ଗାଈ ଓ ନିଜ ପିତାମାତାଙ୍କ ସେବା ଶୁଶ୍ରୁଷା କରିପାରିଲେ, ସେମାନଙ୍କ ଆଶୀର୍ବାଦ ସଦା ସର୍ବଦା ତୁମ ଉପରେ ରହିବ । ପିତାମାତଙ୍କ ଆଶୀର୍ବାଦ ରହିଲେ, ଦୁନିଆର କୌଣସି ଶକ୍ତି ତୁମକୁ ପରାଜିତ କରିପାରିବ ନାହିଁ । ସେହି ଭଦ୍ରବ୍ୟକ୍ତିଙ୍କ କଥା ଶୁଣିବା ପରେ ମୋତେ ବହୁତ ଖୁସି ଲାଗିଲା । ମନେ ମନେ ଭାବିଲି ବୁଲା ପଶୁପକ୍ଷୀମାନଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ସେମାନଙ୍କ ମୁହଁରେ ଟିକେ ଖୁସି ଆଣିପାରିଲେ ମଣିଷ ଜୀବନର ସାର୍ଥକତା ପ୍ରତିପାଦନ ହୋଇପାରିବ ।
ଏମିତି କିଛିଦିନ ବିତିଗଲା ପରେ ହଠାତ୍ ଦିନେ ସେହି ଭଦ୍ରବ୍ୟକ୍ତି ଆସି ମୋ ପାଖରେ ପହଞ୍ଚôଗଲେ । ପେସାରେ ମୁଁ ଜଣେ ଡିଟିପି ଅପରେଟର ହୋଇଥିବାରୁ ସେ କିଛି ଚୁକ୍ତିପତ୍ର ଡିଟିପି କରିବା ପାଇଁ ମୋ ପାଖକୁ ଆସିଥିଲେ । ଯେହେତୁ ପୂର୍ବରୁ ତାଙ୍କ ସହିତ ମୋର ପରିଚୟ ହୋଇସାରିଥିଲା, ତତ୍କ୍ଷଣାତ ତାଙ୍କ ଚୁକ୍ତିପତ୍ର ଡିଟିପି କରିବା ଆରମ୍ଭ କଲି । ଡିଟିପି କରିବା ସମୟରେ ଜାଣିବାକୁ ପାଇଲି ଯେ, ପିତାମାତାଙ୍କ ବାର୍ଦ୍ଧକ୍ୟର ବୋଝକୁ ବୋହିବା ପାଇଁ ଦୁଇଭାଇଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି ହେବାରୁ, ଏହାର ସମାଧାନ ପାଇଁ ଚୁକ୍ତିପତ୍ରଟି ଉଦ୍ଦିଷ୍ଟ । ସାରାଜୀବନ ପାହାଡ଼ ପରି ଯାବତୀୟ ବୋଝକୁ ମୁଣ୍ଡରେ ମୁଣ୍ଡାଇ, ମୁଣ୍ଡଝାଳ ତୁଣ୍ଡରେ ମାରି, ଲହୁଲୁହାଣ ହୋଇ ନଖାଇ, ନପିଇ ନିଜ ପିଲାମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଦିନରାତି ପରିଶ୍ରମ କରୁଥିବା ମଣିଷଟି କେତେବେଳେ ବାର୍ଦ୍ଧକ୍ୟରେ ଉପନୀତ ହୋଇଥାଏ, ସେକଥା ସେ ନିଜେ ମଧ୍ୟ ଜାଣିପାରେ ନାହିଁ । ବୁଝିବାର ଶକ୍ତି ଓ କାର୍ଯ୍ୟ କରିବାର ଦକ୍ଷତା ଥାଇ ସୁଦ୍ଧା ପରିବାର ଲୋକଙ୍କ ପାଇଁ ସେ ଏକ ଅଲୋଡ଼ା ଓ ଅଦରକାରୀ ବସ୍ତୁ ପାଲଟି ଯାଆନ୍ତି । ସାରାଜୀବନ ଅଭିଜ୍ଞତା ହାସଲ କରିଥିବା ମଣିଷକୁ ଯେତେବେଳେ ସ୍ଥାଣୁ କରି ରଖାଯାଏ, ସେତେବେଳେ ତାଙ୍କୁ ଗଭୀର ଆଘାତ ପହଞ୍ଚାଇଥାଏ । ବାର୍ଦ୍ଧକ୍ୟର ବୋଝକୁ ବୋହିବା ପାଇଁ ସେମାନେ ଅସମର୍ଥ ହୋଇ ପଡ଼ିଥିବା ବେଳେ ପୁତ୍ରବୋହୂମାନଙ୍କ ସେବା ଶୁଶ୍ରୁଷା ସେମାନଙ୍କ ସାତ ସପନ ପାଲଟିଯାଏ । ଲୋକଲଜ୍ୟାରୁ ବର୍ତ୍ତିବା ପାଇଁ  ଭାଇ ଭାଇ ମଧ୍ୟରେ ପ୍ରତିଯୋଗିତା ·ଲେ, କିଏ ବାପାବୋଉଙ୍କ ଭରଣପୋଷଣ ଦାୟିତ୍ୱ ନେବ । ସେଥିପାଇଁ ଚୁକ୍ତିପତ୍ର ସ୍ୱାକ୍ଷରିତ ହୁଏ । ଚୁକ୍ତିପତ୍ର ଅନୁସାରେ ବାଧ୍ୟବାଧକତାରେ ପିତାମାତାଙ୍କୁ ପାଖରେ ରଖନ୍ତି ସତ, ମାତ୍ର ନା ସେମାନଙ୍କୁ ମିଳିଥାଏ ପୁଅବୋହୂ ମାନଙ୍କ ସ୍ନେହ ମମତା ନା ମିଳିଥାଏ ଟିକେ ସହାନୁଭୂତି, କେବଳ ବାର୍ଦ୍ଧକ୍ୟର ବୋଝରେ ଜର୍ଜରିତ ହେବା ଛଡ଼ା ସେମାନଙ୍କ ପାଖରେ ଆଉ କିଛି ବିକଳ୍ପ ରାସ୍ତା ନଥାଏ । ମଣିଷ ହୋଇ ପିତାମାତାଙ୍କ ବାର୍ଦ୍ଧକ୍ୟର ବୋଝକୁ ଯଦି ବୋହିନପାରିବା, ସେମାନଙ୍କ ସେବା  ନକରିବା, ତେବେ ସେ ମଣିଷ ଜୀବନ ବୃଥା । ଯାହା ସେ ଭଦ୍ରବ୍ୟକ୍ତିଙ୍କ ଠାରେ ମୁଁ ଅନୁଭବ କରିଥିଲି । ଯେଉଁ ବ୍ୟକ୍ତି ଦିନେ କୁକୁର, ବୁଲା ଗୋରୁଗାଈ ଓ ପିତାମାତାଙ୍କ ସେବା କରିବା ପାଇଁ ପରାମର୍ଶ ଦେଉଥିଲେ, ଆଜି ସେହି ବ୍ୟକ୍ତି ନିଜ ବୃଦ୍ଧ ପିତାମାତଙ୍କ ଯନô ନେବା ପାଇଁ କୁଣ୍ଠାବୋଧ ପ୍ରକାଶ କରିବା ମୋତେ ଆଶ୍ଚର୍ଯ୍ୟ କରିଥିଲା ।
ଆମ ସମାଜରେ ଅନେକ ପିତାମାତା ଅଛନ୍ତି, ସେମାନଙ୍କ ପିଲାମାନଙ୍କୁ ଭଲ ମଣିଷଟିଏ କରିବା ପାଇଁ ସବୁକିଛି ତ୍ୟାଗ କରିଦିଅନ୍ତି । ପାଠପଢା ହେଉ ବା ·କିରି, ଦରକାର ପଡ଼ିଲେ ନିଜ ଜମି ବନ୍ଧକ ରଖି ନିଜ ପିଲାଙ୍କ ସବୁ ଅଭାବ ଅସୁବିଧାକୁ ଦୂର କରିଥାନ୍ତି । ପୁଅ ଯେତେବେଳେ ·କିରି ଖଣ୍ଡିଏ ପାଇଯାଏ, ସେତେବେଳେ ବାପାମାଆ ସବୁଠୁ ବେଶି ଖୁସି ହୁଅନ୍ତି, ଏହାପରେ ଉପଯୁକ୍ତ ଝିଅଟିଏ ଦେଖି ପୁଅର ବିବାହ କରାନ୍ତି । ମାତ୍ର ବାପାମାଆ ଯେତେବେଳ ବାର୍ଦ୍ଧକ୍ୟରେ ପହଞ୍ଚନ୍ତି, ସେତେବେଳେ ସେମାନଙ୍କୁ ଟିକେ ସେବା ଯୋଗାଇଦେବା ପାଇଁ ପୁଅବୋହୂ ସମ୍ପୂର୍ଣ୍ଣ ଅସମର୍ଥ ହୋଇପଡ଼ନ୍ତି । ସେମାନଙ୍କ ଯୁକ୍ତି ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଆମେ ନିଜେ ନିଜ ପାଇଁ ନିଜ ପିଲାମାନଙ୍କ ପାଇଁ ସମୟ ଦେଇପାରୁନୁ, ବୃଦ୍ଧ ବାପାମାଆଙ୍କ ସେବା କିପରି କରିବୁ? କିନ୍ତୁ ଯେତେବେଳେ ବାପା ମାଆ ପରିଣତ ବୟସରେ ପାଦ ଦିଅନ୍ତି, ସେତେବେଳେ ପିତାଙ୍କ ସମ୍ପତ୍ତି ଓ ପେନସନକୁ ନେଇ ଭାଇ ଭାଇ ମଧ୍ୟରେ ମାଲି ମକଦ୍ଦମା କରିବାକୁ ଢେର୍ ସମୟ ଥାଏ, ସେ ଦିଗରେ ପଇସା ଖର୍ଚ୍ଚ କରିବା ପାଇଁ ପ୍ରଚୁର ପରିମାଣରେ ଅର୍ଥ ଥାଏ, ମାତ୍ର ବୃଦ୍ଧ ପିତାମାତାଙ୍କ ସ୍ୱାସ୍ଥ୍ୟସେବା ପାଇଁ ସେମାନଙ୍କ ପାଖରେ ପଇସାର ଅଭାବ ଦେଖାଦେଇଥାଏ । ଯିଏ ପିତାଙ୍କ ପେନସନ ଓ ସମ୍ପତ୍ତି ହାତେଇବ, ସେ ହିଁ ପିତାଙ୍କ ଭରଣପୋଷଣ ଦାୟିତ୍ୱ ବହନ କରିବ । ଏହି ମାନସିକତାଟି ଏବେ ପ୍ରତି ପୁଅବୋହୂଙ୍କୁ ଘାରିଛି । ବୃଦ୍ଧାବସ୍ଥାରେ ପିତାମାତାମାନେ  କେତେ ଯେ ଦୁଃଖ ଯନ୍ତ୍ରଣାକୁ ସମ୍ମୁଖୀନ କରନ୍ତି, ଏହି ପୁଅବୋହୂମାନେ ଦିନେ ନା ଦିନେ ବାର୍ଦ୍ଧକ୍ୟରେ ଉପନୀତ ହେଲେ ଜାଣିପାରିବେ । ସମ୍ପ୍ରତିକ ସମୟରେ ମାନବିକତାର ଅବକ୍ଷୟ ଘଟିଛି । ବିଜ୍ଞାନର ଦ୍ରୁତ ଅଗ୍ରଗତି ତଥା ନୂଆ ନୂଆ ଆବିଷ୍କାର ମାନବ ଜୀବନରୁ ମାନବପ୍ରେମ ଲୋପ ପାଇଯାଉଛି । ସଂସାରରେ ନ୍ୟାୟ, ଧର୍ମ, ସତ୍ୟ, ସ୍ନେହଁ, ଶ୍ରଦ୍ଧା, ସଦ୍ଭାବ, ସହାନୁଭୂତି, ଶାନ୍ତି, ପ୍ରୀତି, ମୈତ୍ରୀ, ବିଶ୍ୱାସ ଓ ସମନ୍ୱୟର ଅବକ୍ଷୟ ଘଟିବାରେ ଲାଗିଛି । ହିଂସା, ପ୍ରତିହିଂସାର ମାତ୍ରା ଚରମ ସୀମା ଅତିକ୍ରମ କଲାଣି । ନାନା ପ୍ରକାର ପରମାଣୁ ଅସ୍ତ୍ରଶସ୍ତ୍ରର ଆବିଷ୍କାର ବିଶ୍ୱର ସ୍ଥିତି ପ୍ରତି ବିପଦ ସୃଷ୍ଟି କଲାଣି । ସକଳ ଶ୍ରେଣୀର ବ୍ୟକ୍ତି କେବଳ ଆପଣାର ସୁଖ, ସମ୍ଭୋଗ ଓ ସମୃଦ୍ଧିର ସମ୍ପତ୍ତି ଠୁଳ କରିବାରେ ବ୍ୟସ୍ତ । ବର୍ତ୍ତମାନ ବିଶ୍ୱରେ ଧର୍ମର ଅଧୋଗତି, ମନ କଳୁଷିତ, ଚିନ୍ତା ଅସ୍ଥିର, ମତି ଚଞ୍ଚଳ, ବିବେକ ଅସ୍ଥିର, ବି·ର ବିଭ୍ରାଟ, ଶିକ୍ଷା ବିବର୍ଣ୍ଣ, ଖାଦ୍ୟ ଦୂଷିତ, ପରିବେଶ ଦୁର୍ବିସହ, ସମୟ ଦାରୁଣ, ପ୍ରବୃତ୍ତି ନୀଚ, ପ୍ରକୃତି ବିଷର୍ଣ୍ଣ, ବସୁଧା ବିପନ୍ନ ଓ ସତ୍ୟନ୍ୟାୟ ତମସାଚ୍ଛନ୍ନ । ସତରେ ମଣିଷ କେଡ଼େ ବିଚିତ୍ର ଜୀବ!! ସମାଜରେ ବହୁତ ଗରିବ, ଖଟିଖିଆ ଓ ଅନାଥ ଶିଶୁମାନେ ଟୋପେ କ୍ଷୀର ପିଇବାକୁ ନପାଇ ଅପପୁଷ୍ଟିର ଶିକାର ହେଉଥିବା ବେଳେ ଲୋକମାନେ ପ୍ରତିଦିନ ମନ୍ଦିର ଯାଇ ପଥର ଉପରେ ଲିଟର ଲିଟର କ୍ଷୀର ଢାଳିଥାନ୍ତି । ଘରେ ନିଜର ଚଳନ୍ତି ଠାକୁର ପିତାମାତା ଉପବାସ ଥାଉଥାଉ ଠାକୁରଙ୍କ ପାଖରେ ମହୁ ଘିଅର ଭୋଗ ଲଗାଇ ପୁଣ୍ୟ ଅର୍ଜନ କରନ୍ତି ଓ ପିତାମାତାଙ୍କୁ ବୃଦ୍ଧାଶ୍ରମରେ ଛାଡିଆସନ୍ତି ଏବଂ ମୃତୁ୍ୟବରଣ କରିବା ପରେ ବନ୍ଧୁ ପି୍ରୟଜନଙ୍କୁ ଭୋଜିଭାତ ଦେଇ ନିଜକୁ ଭାଗ୍ୟବାନ ବୋଲି ମନେ କରିଥାନ୍ତି । ହେଲେ ଏହାର କୁପରିଣାମ ଦିନେ ନା ଦିନେ ଭୋଗିବାକୁ ପଡ଼ିବ, ସେ କଥା ବୁଝିବାକୁ ସେ ନାରାଜ । ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଅନ୍ୟମାନଙ୍କୁ ଭଲ ଭଲ ଉପଦେଶ ଓ ପ୍ରବଚନ ଦେଇ ଲୋକଙ୍କ ମନରେ ଜାଗରଣ ସୃଷ୍ଟି କରନ୍ତି, କିନ୍ତୁ ନିଜ ପିତାମାତାଙ୍କୁ ହଇରାଣ ହରକତ କରନ୍ତି । ଯେଉଁଦିନ ସେ ନିଜେ ବାର୍ଦ୍ଧକ୍ୟରେ ପାଦ ଦେଇ, ବାର୍ଦ୍ଧକ୍ୟର ବେଦନାକୁ ଅଙ୍ଗେ ନିଭାଇବ, ସେଇଦିନ ଅତୀତର ସେହି କର୍ମଫଳକୁ ମନେ ପକାଇ ଅଖିରୁ ଲୁହ ଗଡ଼ାଇବା ସାର ହେବ ।
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର
ମୋ : ୮୩୨୮୮୪୦୨୧୪