ଆମେରିକୀୟ ସୁଧହାର ଓ ଭାରତୀୟ ଅର୍ଥବ୍ୟବସ୍ଥା

ଗୋପାଳ ମହାପାତ : ଆମେରିକାର ଫେଡ଼େରାଲ ରଜର୍ଭ ପକ୍ଷରୁ ସେପ୍ଟେମ୍ବର ୧୯ ତାରିଖ ଦିନ ସୁଧ ହାର ୫୦ ବେସିକ ପଏଣ୍ଟ ହ୍ରାସ କରିବ ବୋଲି ଘୋଷଣା କରାଯାଇଛି । ଫଳତଃ ଏହି ହାର ୫.୫ ପ୍ରତିଶତ ରୁ ୫ ପ୍ରତିଶତକୁ ହ୍ରାସ ପାଇଛି । ୪ ବର୍ଷ ପୂର୍ବେ ସାରା ବିଶ୍ୱରେ ବ୍ୟାପିଥିବା କରୋନା ମହାମାରୀ ପରେ ମୁଦ୍ରସ୍ଫୀତି ହାର ବୃଦ୍ଧି ପାଇଥିଲା । ବିଗତ ୪ ଦଶନ୍ଧି ମଧ୍ୟରେ ଏହା ଥିଲା ସର୍ବାଧିକ ବୃଦ୍ଧି । ମୁଦ୍ରା ସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ବିକଶିତ ଦେଶ ସମେତ କିଛି ଦେଶ ସୁଧ ହାରକୁ ଲଗାତାର ଭାବେ ବୃଦ୍ଧି କରିଥିଲେ । ଏହାର କାରଣ ହେଉଛି ଯେ ଉତ୍ପାଦର ବିକ୍ରି କମିବ ଏବଂ ଉତ୍ପାଦର ଆମଦାନି ଓ ବିକ୍ରି ଉପଭୋକ୍ତାଙ୍କ ଆବଶ୍ୟକତା ଅନୁରୂପ ହେବ । ବିଗତ ୪ବର୍ଷ ମଧ୍ୟରେ ଆମେରିକାର ଫେଡ଼େରାଲ ଦର ୦ ପ୍ରତିଶତରୁ ବୃଦ୍ଧି ପାଇ ୫.୫୦ ପ୍ରତିଶତରେ ପହଞ୍ଚô ଯାଇଥିଲା । ପରନ୍ତୁ ଏବେ ୪ବର୍ଷ ପରେ ଆମେରିକାର ଫେଡ଼େରାଲ ହାର ହ୍ରାସ କରାଯିବା ପାଇଁ ଘୋଷଣା କରାଯାଇଛି । ଆମେରିକାର କେନ୍ଦ୍ରୀୟବ୍ୟାଙ୍କ ଫେଡ଼େରାଲ ରିଜର୍ଭ ସେ ଦେଶକୁ ସୁରକ୍ଷିତ ଏବଂ ସ୍ଥିର ମୌଦ୍ରିକ ଏବଂ ଆର୍ଥôକ ପ୍ରଣାଳୀ ପ୍ରଦାନ କରିଥାଏ । ଫେଡ଼େରାଲ ରିଜର୍ଭ ବ୍ୟାଙ୍କ ହେଉଛି ଭାରତର ରିଜର୍ଭବ୍ୟାଙ୍କ ଭଳି କେନ୍ଦ୍ରୀୟ ବ୍ୟାଙ୍କ । ଆର୍ଥôକ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ଏହି ସଂସ୍ଥା ପାଖରେ ବ୍ୟାପକ ଶକ୍ତି ରହିଛି । ଅନେକ ବିକଶିତ ଏବଂ ବିକାଶଶୀଳ ଦେଶର ଅର୍ଥବ୍ୟବସ୍ଥା ଆମେରିକାରେ ଧାର୍ଯ୍ୟ ସୁଧ ହାର ପାଇଁ ମାତ୍ରାଧିକ ପ୍ରଭାବିତ ହୋଇଥାଏ । ଯେତେବେଳେ ଆମେରିକା ସୁଧହାର ବୃଦ୍ଧି କରେ ସେତେବେଳେ ଆମେରିକା ଏବଂ ଅନ୍ୟ ବିକଶିତ ଦେଶର ସଂସ୍ଥା ଏବଂ ନାଗରିକ ମାନଙ୍କ ଦ୍ୱାରା କରାଯାଇଥିବା ପୁଞ୍ଜିନିବେଶ ଆମେରିକାକୁ ପୁନଃ ପ୍ରତ୍ୟାବର୍ତ୍ତିତ ହୋଇଥାଏ । କାରଣ ଆମେରିକୀୟ ଆର୍ଥôକ ସଂସ୍ଥା ଏବଂ ଆମେରିକା ଦ୍ୱାରା ଜାରି କରାଯାଇଥିବା ବଣ୍ଡ ଉପରେ ଆକର୍ଷକ ସୁଧ ମିଳିଥାଏ । ଏହାର ବିପରୀତ ଯଦି ଆମେରିକାର ଫେଡ଼୍ଗୋଲ ରିଜର୍ଭ ସୁଧହାର କମ୍ କରେ ତେବେ ଅନ୍ୟ ବିକାଶଶୀଳ ଦେଶରେ ଆମେରିକା ଏବଂ ଅନ୍ୟ ବିକଶିତ ଦେଶ ମାନଙ୍କର ସଂସ୍ଥା ଓ ନାଗରିକ ମାନେ ପୁଞ୍ଜିନିବେଶ ବୃଦ୍ଧି କରିଥାନ୍ତି । କାରଣ ଆମେରିକା ତୁଳନାରେ ଅନ୍ୟ ବିକାଶଶୀଳ ଦେଶରେ ପୁଞ୍ଜି ନିବେଶ କଲେ ସେମାନଙ୍କୁ ଅଧିକ ସୁଧ ମିଳିଥାଏ । ଏହି କାରଣରୁ ଅନେକ ଦେଶ ଆମେରିକା ଫେଡ଼ ରିଜର୍ଭର ନିଷ୍ପତ୍ତିକୁ ଦେଖି ନିଜ ଦେଶରେ ମଧ୍ୟ ସୁଧ ହାର କମାଇବା ଅଥବା ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଥାନ୍ତି ଯାହା ଫଳରେ ସଂପୃକ୍ତ ଦେଶରେ ଆମେରକା ଏବଂ ଅନ୍ୟ ବିକଶିତ ଏବଂ ଅନ୍ୟ ବିକଶିତ ଦେଶର ସଂସ୍ଥା ଓ ନାଗରିକମାନେ କରିଥିବା ପୁଞ୍ଜିନିବେଶ ଯେମିତି ପ୍ରଭାବିତ ନହୁଏ ।
ଏବେ ଯେହେତୁ ଆମେରିକାର ଫେଡ଼ ରିଜର୍ଭ ହାର କମାଇ ଦେଇଛି ଏଣୁ କେତେକ ଦେଶ ମଧ୍ୟ ସୁଧହାର କମାଇବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ଏହା ଦ୍ୱାରା ସାରା ବିଶ୍ୱରେ ସୁଧହାର କମ୍ ବା ହ୍ରାସ କରିବାର ପ୍ରକ୍ରିୟା ଆରମ୍ଭ ହୋଇପାରେ । ଏହି କାମ ୟୁରୋପୀୟ ଦେଶ ଏବଂ ବ୍ରିଟେନ ପୂର୍ବରୁ କରିସାରିଛନ୍ତି ଏବଂ ବିକାଶଶୀଳ ଦେଶ ମାନେ ଏହି ଘୋଷଣା ଖୁବ୍ ଶୀଘ୍ର କରିପାରନ୍ତି । ଭାରତରେ କିଛି ଦିନ ଦେବ ମୁଦ୍ରସ୍ଫୀତି ହାର ନିୟନ୍ତ୍ରଣରେ ରହିଛି କିନ୍ତୁ ଭାରତୀୟ ରିଜର୍ଭବ୍ୟାଙ୍କ ଯଦି ପୂର୍ବରୁ ସୁଧହାର ହ୍ରାସ କରିବା ପାଇଁ ଘୋଷଣା କରିଥାନ୍ତା । ତେବେ ଭାରତରେ ଆମେରିକା ଏବଂ ଅନ୍ୟ ବିକଶିତ ଦେଶ ମାନଙ୍କ ସଂସ୍ଥାନ ଦ୍ୱାରା ଆମେରିକୀୟ ଡ଼ଲାରରେ କରାଯାଉଥିବା ପୁଞ୍ଜିନିବେଶ ଭାରତରୁ ପଳାଇବାର ସମ୍ଭାବନା ବଢିଯାଇଥାନ୍ତା । ଏବେ ବିଶ୍ୱର ଅନେକ ଦେଶ ବିଶେଷ କରି ଆର୍ଥôକ କ୍ଷେତ୍ରରେ ପରସ୍ପର ମଧ୍ୟରେ ଏତେ ଅଧିକ ଭାବେ ଯୋଡି ହୋଇ ଯାଇଛନ୍ତି ଯେ କୌଣସି ଦେଶର ଆର୍ଥôକ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ଅନ୍ୟ ଦେଶର ଆର୍ଥôକ କ୍ଷେତ୍ରକୁ ପ୍ରଭାବିତ କରିଥାଏ ।
ଆମେରିକାର ଫେଡ଼େରାଲ ରିଜର୍ଭ ପକ୍ଷରୁ କୁହାଯାଇଛି ଯେ ୨୦୨୪ ବର୍ଷରେ ଆମେରିକୀୟ ଫେଡ଼େରାଲ ହାରରେ ଆଧାର ବିନ୍ଦୁ ବା ବେସିକ ପଏଣ୍ଟର ହ୍ରାସ ବାବଦରେ ଦୁଇଥର ହ୍ରାସ କରାଯିବାର ଘୋଷଣା କରିପାରେ ତଥା ୨୦୨୫ ବର୍ଷରେ ୧୦୦ ଆଧାର ବିନ୍ଦୁ (ବେସିକ ପଏଣ୍ଟ)ର ହ୍ରାସ କରାଯାଇପାରେ । ଏଣୁ ଆମେରିକୀୟ ଫେଡ଼େରାଲ ରିଜର୍ଭ ସୁଧହାରକୁ ୩.୫୦ ପ୍ରତିଶତକୁ ହ୍ରାସ କରିପାରେ । ଏବେ ଫେଡ଼େରାଲ ରିଜର୍ଭ ସୁଧ ହାର ହ୍ରାସ କରିବା ପରେ ଡ଼ଲାର ଇଣ୍ଡେକ୍ସ ମଧ୍ୟ ୧୦୦.୩୭ର ତଳ ସ୍ତରକୁ ଆସିଯାଇଛି । ଏଣୁ ଏବେ ଆମେରିକୀୟ ଡ଼ଲାର ଉପରେ ଅନ୍ତର୍ଯ୍ୟାତୀୟ ସ୍ତରରେ ଚାପ ବଢ଼ିବା ଫଳରେ ଡ଼ଲାରର ଅବମୂଲ୍ୟାୟନ ହୋଇପାରେ । ଫଳରେ ଆମେରିକା ବଜାରରୁ ପୁଞ୍ଜି ଏବେ ଅଧିକ ଆୟ ବା ସୁଧ ପାଇବା ପାଇଁ ଅନ୍ୟ ଦେଶର ବଜାରକୁ ଆସିବ । ଭାରତକୁ ଏଥିରୁ ଅଧିକ ଲାଭ ମିଳିପାରେ । କାରଣ ଭାରତ ଆଇଏମ୍ ଆଇ ଇଣ୍ଡେକ୍ସ (ଇନଭେଷ୍ଟେବୁଲ ମାର୍କେଟ ଇଣ୍ଡେକ୍ସ)ରେ ଚୀନ ଠାରୁ ଆଗକୁ ବଢ଼ିଯାଇଛି । ଏହି ଇଣ୍ଡେକ୍ସରେ ଭାରତର ସେୟାର (ଅଂଶଧନ)ର ମୂଲ୍ୟ ଚୀନର ସେୟାରର ମୂଲ୍ୟ ଠାରୁ ଅଧିକ ହୋଇଯାଇଛି ।
ବିଶ୍ୱର ଆର୍ଥôକ ସଂସ୍ଥା ସୋଭରେନ ଫଣ୍ଡ, ପେନଶନ ଫଣ୍ଡ ଏବଂ ଅନ୍ୟ ନିବେଶକ ଆଇଏମ୍ଆଇ ଇଣ୍ଡେକ୍ସ ଉପରେ ଅଧିକ ବିଶ୍ୱାସ କରନ୍ତି ଏବଂ ନିଜର ନିବେଶ ମଧ୍ୟ ଏହି ଇଣ୍ଡେକ୍ସରେ ସାମିଲ ସେୟାରରେ କରିବେ । ଦ୍ୱିତୀୟତଃ ଏବେ ସମ୍ଭାବନା ସୃଷ୍ଟି ହୋଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ରେପୋ ଦର ହ୍ରାସ କରିବାର ଘୋଷଣା ଶୀଘ୍ର କରିବ । କାରଣ ଆମେରିକାରେ ଏବେ ଅଧିକ ସୁଧ ହାରର ସମୟ ସମାପ୍ତ ହେବାକୁ ଯାଉଛି । ଆମେରିକାରେ ସୁଧ ହାର ବଢ଼ିବାର ବିପରୀତ ପ୍ରଭାବ ଭାରତ ମୁଦ୍ରା ଟଙ୍କା ଉପରେ ପଡିଥାଏ ଓ ଆମେରିକା ସମେତ ବିକଶିତ ଦେଶମାନେ ଭାରତରେ ଆମେରିକୀୟ ଡ଼ଲାରରେ ନିବେଶ ପାଇଁ ·ପ ସୃଷ୍ଟି କରିଥାନ୍ତି । ଏବେ କିନ୍ତୁ ଭାରତୀୟ ମୁଦ୍ରା ଉପରେ ଚାପ କମିବ ଏବଂ ଭାରତରେ ହୋଇଥିବା ବିଦେଶୀ ନିବେଶ ଅନ୍ୟ ଦେଶକୁ ଚାଲିଯିବାର ସମ୍ଭାବନା ମଧ୍ୟ କମିଯାଇଛି ।
ଯଦି ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧହାର କମ୍ କରିବ ତେବେ ଭାରତର ଉଦ୍ୟୋଗ ଜଗତକୁ ଏହାର ଲାଭ ମିଳିବା ଏବଂ ସେମାନଙ୍କର ଲାଭ ବଢ଼ିବ ଯାହା ବିଦେଶୀ ପୁଞ୍ଜିନିବେଶକୁ ଆକର୍ଷିତ କରିପାରିବ । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଉଚ୍ଚତମ ସ୍ତର ୬୮୯୦୦ କୋଟି ଡ଼ଲାରରେ ପହଞ୍ଚôଛି । ଏବେ ପରିବର୍ତ୍ତିତ ପରିସ୍ଥିତିରେ ଭାରତର ସେୟାର ବଜାର ଯଦି ଅଧିକ ବିଦେଶୀ ନିବେଶକୁ ଆକର୍ଷିତ କରିପାରିବ ତେବେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇବ । ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଯଦି ସୁଧହାର କମ୍ କରିବ ତେବେ ଭାରତରେ ଉତ୍ପାଦିତ ବସ୍ତୁ ପାଇଁ ହେଉଥିବା ବ୍ୟୟ କମ୍ ହେବ ଏବଂ ଭାରତରେ ନିର୍ମିତ ଉତ୍ପାଦ ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା କରିବାରେ ସକ୍ଷମ ହୋଇ ପାରିବ । ଏହାଦ୍ୱାରା ଭାରତୀୟ ଉତ୍ପାଦର ରପ୍ତାନି ବୃଦ୍ଧି ହେବାର ସମ୍ଭାବନା ରହିଛି । ସେହିପରି ସୂଚନା ପ୍ରାଦ୍ୟୋଗିକୀ କ୍ଷେତ୍ରରେ ଲାଭ ବୃଦ୍ଧି କାରଣରୁ ତାର ସିଧା ସଳଖ ପ୍ରଭାବ ଭାରତରେ ସୂଚନା ପ୍ରାଦ୍ୟୋଗିକୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀ ମାନଙ୍କ ଉପରେ ପଡିବ ।ସବୁଠାରୁ ବଡ଼ କଥା ହେଉଛି ଏବେ ସାଧାରଣ ଲୋକେ ବ୍ୟାଙ୍କରୁ ନେଇଥିବା ଋଣର କିସ୍ତି ମଧ୍ୟ କମ୍ ହୋଇପାରେ ଏଣୁ ମଧ୍ୟବର୍ଗୀୟ ପରିବାରଙ୍କ ବ୍ୟୟ ମଧ୍ୟ ବଢ଼ିବ ଯାହା ବିଭିନ୍ନ ଉତ୍ପାଦର ବିକ୍ରି ବୃଦ୍ଧିରେ ସହାୟକ ହେବ । ମୋଟାମୋଟିଭାବେ କୁହାଯାଇପାରେ ଯେ ଆମେରିକାର ଫେଡ଼େରାଲ ରିଜର୍ଭ ସୁଧ ହାର କମ୍ କରିବାର ଏକ ସକାରାତ୍ମକ ପ୍ରଭାବ ଭାରତ ସମେତ ଅନେକ ଦେଶ ଉପରେ ପଡିବ ନିଶ୍ଚୟ ।
ରାମଚନ୍ଦ୍ରପୁର,ରଣପୁର
ମୋ :-୯୪୩୮୪୮୫୦୯୪