ପିକଅପ୍ ଧକ୍କାରେ ଭାଙ୍ଗିଲା ବାଇକ୍ 

 ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା କଞ୍ଚୁରୁ ଛକରେ ଏକ ପରିବା ବୋଝେଇ ପିକଅପ୍ ଧକ୍କାରେ ଏକ ମୋଟର ସାଇକେଲ ଭାଙ୍ଗିଯାଇଛି । ତେବେ ଦୁର୍ଘଟଣାରେ କୌଣସି ଧନଜୀବନ ହାନି ହୋଇନଥିବା ଜଣାପଡିଛି । ପ୍ରକାଶ ଯେ, ରବିବାର ଅପରାହ୍ନରେ ବ୍ରହ୍ମପୁର ଠାରୁ ଏକ ପରିବା ବୋଝେଇ ପିକଅପ୍ ଭ୍ୟାନ୍ (ଓଡି୦୫ବିଜେ ୨୬୪୧)ର ଚାଳକ ହିଞ୍ଜିଳି ଥାନା କଞ୍ଚୁରୁ ଛକ ତଥା ୫୯ ନପ୍ସ ଜାତୀୟ ରାଜପଥ ପାର୍ଶ୍ୱରେ ପାର୍କିଂ କରି ଚାହା ପିଇବାକୁ ଯାଇଥିଲେ । କିଛି ସମୟ ପରେ ପିକଅପ୍ ଭ୍ୟାନଟି ଗଡି ଗଡି ଯାଇ ସମ୍ମୁଖରେ ଥିବା ଏକ ମୋଟରସାଇକେଲ (ଓଡି୦୭ଏମ ୬୧୫୪)କୁ ଧକ୍କା ଦେବା ସହ ରାସ୍ୱା ପ୍ୱାର୍ଶ୍ୱ ନାଳ ଭିତରକୁ ଖସି ପଡିଥିଲା । ତେବେ ବାଇକଟି ଭାଙ୍ଗିଯିବାରୁ ବାଇକ୍ ଓ ପିକଅପ୍ ଚାଳକଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲା ।