ଯୋଗାଣମନ୍ତ୍ରୀଙ୍କ ବୋରିଗୁମ୍ମା ମଣ୍ଡି ପରିଦର୍ଶନ

 ବୋରିଗୁମ୍ମା: ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କୋରାପୁଟ ଜିଲ୍ଲା ଗସ୍ତରେ ଆସି ବୋରିଗୁମ୍ମା ମଣ୍ଡି ପରିଦର୍ଶନ କରିଥିଲେ ।ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୁରୁଣା ବୋରିଗୁମ୍ମା ଧାନ ମଣ୍ଡି ଠାରେ ପହଞ୍ଚିବା ପରେ ବୋରିଗୁମ୍ମା ବିଜେପି କର୍ମୀମାନେ  ଫୁଲ ତୋଡା ପ୍ରଦାନ କରି ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ପରେ ବୋରିଗୁମ୍ମା ଧାନ ମଣ୍ଡିକୁ ଉଦ୍ଘାଟନ କରିବା ସହ ଚାଷୀଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ । କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସଭାପତିତ୍ୱ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ରାଜ୍ୟ ସରକାର ଚାଷୀଙ୍କ ଧାନ  କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣିବା ପ୍ରତିଶ୍ରୁତି ପାଳନ କରାଯାଇଛି ବୋଲି କହିଥିଲେ । ଚାଷୀକୂଳ ଯେପରି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । ଏଥିସହ ମୋହନ ସରକାର ଗତ ଛଅ ମାସ ମଧ୍ୟରେ ଚାରୋଟି ପ୍ରତିଶ୍ରୁତି ପାଳନ କରିଛନ୍ତି ବୋଲି ନିଜ ବକ୍ତବ୍ୟ ରଖିଥିଲେ । ବୋରିଗୁମ୍ମା ରାଇସ ମିଲ ଆସୋସିଏସନର ସଭାପତି ଫିରୋଜ କୁମାର ଶତପଥୀଙ୍କ ନେତୃତ୍ୱରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ସ୍ୱାଗତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଇସ ମିଲ ଆସୋସିଏସନର ସମ୍ପାଦକ ବାବୁଜି ରାଓ, ବିମଳ ସାମନ୍ତରାୟ ସମେତ ସମସ୍ତ ରାଇସ ମିଲ୍ ମାଲିକମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଟପାଡ଼ ବିଧାୟକ ରୁପୁ ଭତରା,ଡିଆରସିଏସ ଭୀମସେନ ସାହୁ, ଏଆରସିଏସବିଦ୍ୟାଧର ବେହେରା, ଏସଆରସିଏସ ଶିଶିର କୁମାର ଦାସ, ବୋରିଗୁମ୍ମା ଲ୍ୟାମ୍ପ ପରିଚାଳନା ନିଦେ୍ର୍ଦଶକ ପ୍ରସନ୍ନ କୁମାର ମିଶ୍ର,ସଭାପତି ଲାଲୁମଣି ସିଂ, ଆରଏମସି ସମ୍ପାଦକ ଦୁର୍ଗା ପ୍ରସାଦ, ରବୀନ୍ଦ୍ର କୁମାର ରଥ, ବିଡିଓ ସନ୍ଧ୍ୟା ସମରଥ,ଏବିଡ଼ିଓ ମାଧୁରୀ ଆଚାରୀ,ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀପ୍ରଦୀପ କୁମାର ପଣ୍ଡା,ଜିଲ୍ଲା ଯୋଗାଣ ଅଧିକାରୀ ସର୍ବଶ୍ୱର ନାୟକ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ସୁଶୀଳ ଜେନା, ବ୍ଳକ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଖିଲ,,ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ,ବୋରିଗୁମ୍ମା ମଣ୍ଡଳ ସଭାପତି ରାଜ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।ବୋରିଗୁମ୍ମା ଚାଷୀକୁଳ ପକ୍ଷରୁ ଯୋଗାଣ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବୋରିଗୁମ୍ମା ଲ୍ୟାମ୍ପ ଓ ଆରଏମସି ପକ୍ଷରୁ ମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ସମସ୍ତ ଆୟୋଜନ କରାଯାଇଥିଲା ।