ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଅମଲା ସଂଘ
ଯାଜପୁର ଟାଉନ : ବରୀ ବ୍ଲକ୍ର କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକ ଅମର ରଞ୍ଜନ ନାୟକଙ୍କୁ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ମାଡ ମାରିବା ଘଟଣାକୁ ନେଇ ଅମଲା ସଂଘ ପକ୍ଷରୁ ରାଜସ୍ୱମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବୀ କରିଛି । ଶନିବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯାଜପୁର ଗସ୍ତରେ ଆସିଥିବା ବେଳେ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ପୂଜାରୀ ଦୋଷୀଙ୍କ ବିରୁଦ୍ଧରେ ନିଶ୍ଚିମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅମଲା ସଂଘକୁ ପ୍ରତିଶ୍ରୁତି ଦେଇଛନ୍ତି । ଅପରପକ୍ଷରେ ବରୀ ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ କନିଷ୍ଠ ରାଜସ୍ୱ ସହାୟକ ଓ ବରିଷ୍ଠ ରାଜସ୍ୱ ସହାୟକଙ୍କ ବିରୁଦ୍ଧରେ ବରୀ ରାମଚନ୍ଦ୍ରପୁର ଥାନାରେ ପାଲଟା ଏତଲା ଦେଇଥିବା ଜଣାପଡିଛି । ଅମଲାସଂଘ ପକ୍ଷରୁ ଜିଲାପାଳଙ୍କୁ ଭେଟି ଉଭୟ କନିଷ୍ଠ ଓ ବରିଷ୍ଠ ରାଜସ୍ୱ ସହାୟକଙ୍କୁ ସେଠାରୁ ତୁରନ୍ତ ବଦଳି କରି ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ପୁଲିସ ସହାୟତା ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ସୂଚନା ଥାଉକି ୨୮ତାରିଖ କନିଷ୍ଠ ରାଜସ୍ୱ ସହାୟକ ଅମର ରଞ୍ଜନ ନାୟକଙ୍କୁ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ର୍ଦୁବ୍ୟବହାର କରିବା ସହିତ ମାଡ ମାରିଥିଲେ । ଏନେଇ ବରୀ ରାମଚନ୍ଦ୍ରପୁର ଥାନାରେ କନିଷ୍ଠ ରାଜସ୍ୱ ସହାୟକ ଲିଖିତ ଅଭିଯୋଗ କରିଥଲେ । ଏହାସହ ଜିଲାପାଳଙ୍କୁ ଭେଟି ଏସଂପର୍କରେ ଅଭିଯୋଗ କରିଥିଲେ । ଘଟଣାକୁ ୬ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଅମଲା ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇ କଲମ ଛାଡ ଆନେ୍ଦାଳନ ଚେତାବନୀ ଦିଆଯାଇଥିଲା ।