ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 ବରୀ: ବରୀ ବ୍ଲକ କିମ୍ଭିରିଆପାଳ ପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉଦୟପୁର ପ୍ରଧାନ ଶିକ୍ଷୟିତ୍ରୀ ଅରୁଣାରାଣୀ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ରସିକ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜ୍ୱସ) ଶିବାନନ୍ଦ ସ୍ୱାଇଁ, ମଣ୍ଡଳ ଶିକ୍ଷାଅଧିକାରୀ ପ୍ରତିଶ୍ରୁତି ସିଂ, ଅତିରିକ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ ଡେରାବିଶ ସଚିକାନ୍ତ ମିଶ୍ର, ପୁରୁଷୋମ ସ୍ୱାଇଁ, ଶିକ୍ଷକ ନେତା ନରେନ୍ଦ୍ର କୁମାର ପଣ୍ଡା, ଅବସରପ୍ରାପ୍ତ ମଣ୍ଡଳ ସହଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ରନôାକର ସାହୁ, ଅଭିମନୁ୍ୟ ସାହୁ, ମୋ’ସ୍କୁଲ ଅଭିଯାନର ସଭାପତି ବିଷୁ ଚରଣ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମଧୁସୁଦନ ପଣ୍ଡା, ପୂର୍ବତନ ସଭାପତି ସନ୍ତୋଷ କୁମାର ପତି ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ମନୋଜ କୁମାର ସାହୁ ବିବରଣୀ ପାଠ କରିଥିବା ବେଳେ ଗଗନ ବିହାରୀ ସାହୁ ଅତିଥି ପରିଚୟ ପ୍ରଦାନ, ଶରତ କୁମାର କର ମଞ୍ଚ ପରିଚାଳନା କରିଥିଲେ । ପୁରାତନ ଛାତ୍ରୀ ସୁଲଗ୍ନା ସାହୁ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଶିକ୍ଷକ ସଦାନନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସିଆରସିସି ସୁଦର୍ଶନ ପାଢ଼ୀ, ଶିକ୍ଷକ ନେତା ସୁଦାମ ଚରଣ ଜେନା, ଅଭିମନୁ୍ୟମଲ୍ଲିକ, ପ୍ରଶାନ୍ତ ଦାସ, ରୋଜଳି ମଲ୍ଲିକ, ଉର୍ମିଳା ସିଂ, ଅହଲ୍ୟା ସାହୁ, ସୁଜାତା ଶୁଭ ଦର୍ଶନୀ ରାଉତ, ଦମୟନ୍ତୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହିତ ବିଦ୍ୟାଳୟ ଜମି ଦାତାଙ୍କ ଉତରାଧୀକାରୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।
କୃଷି କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ବରୀ କୃଷି କାର୍ଯ୍ୟାଳୟରେ ଗ୍ରାମ୍ୟ କୃଷି କର୍ମଚାରୀ ଧିରରାଜ ବରିହାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ବ୍ଲକ କୃଷି ଅଧିକାରୀ ଜ୍ୟୋତିମୟୀ ବେହେରା, ସହକାରୀ କୃଷିକର୍ମଚାରୀ ବିକାଶ ମହାପାତ୍ର, ଓଭରସିୟର ଶ୍ରୀକାନ୍ତ ନାୟକ, ବିଶ୍ୱଜିତ ସେନାପତି, ବିଟିଏମ ତପନ କୁମାର ପରିଡା, ଗ୍ରାମ୍ୟକୃଷି କର୍ମଚାରୀ ଲକ୍ଷ୍ମୀ ମଲ୍ଲିକ, ରୁପାଲି ପଣ୍ଡା ଉଦ୍ୟାନକୃଷି କର୍ମଚାରୀ ମୋନାଲିସା ଅଧିକାରୀ, ଏଟିଏମ ପ୍ରିୟରଞ୍ଜନ ରାଉତ, ପ୍ରୀତିଶ ପ୍ରଦାରଥ, ନରେନ୍ଦ୍ର ପ୍ରଧାନ ଯୋଗଦେଇ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।