ଦେବଝରଣର ସୁରକ୍ଷା ଓ ବିକାଶ କରାଯାଉ

 ସମ୍ବଲପୁର:  ସମ୍ୱଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ଅନ୍ତର୍ଗତ ଦେଓଝରନ ପର୍ଯ୍ୟଟନ ସ୍ଥଳ ସର୍ବାଙ୍ଗୀନ ବିକାଶ କରିବା ସହିତ ପର୍ଯ୍ୟଟକ ସୁରକ୍ଷା ଦେବାକୁ ଦାବି ହୋଇଛି । ଡିଏଫ୍ଓ  କାଲୁଙ୍ଗେ ଗୋରଖ ଓମାନଙ୍କୁ ଭେଟି ଯୁଯୁମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନଙ୍କ ନେତୃତ୍ୱରେ ଯୁଯୁମୁରା ବିଜେପି ମଣ୍ଡଳ ସଭାପତି ଓମ ପ୍ରକାଶ ବିଶ୍ୱାଳ, ହମିତ୍ ବିଶ୍ୱାଳ, ବଣ୍ଟି ପ୍ରଧାନ, ଅପୁ ପ୍ରଧାନ, କିରଣ ପ୍ରଧାନ, ସଞ୍ଜୟ ବିଶ୍ୱାଳ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଅନୁସାରେ କିଛି ଦିନ ପୂର୍ବରୁ ଦୁଇ ଜଣ ଡାକ୍ତର ଛାତ୍ରୀ ଛାତ୍ର ମୃତୁ୍ୟ ଘଟିଥିଲା । ଆଗକୁ ପର୍ଯଟନ ଋତୁ ଆସୁଛି । ତେଣୁ ପର୍ଯଟକ ସୁରକ୍ଷା ଦେବାକୁ ହେବ  । ଦେଓଝରଣ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ପ୍ରବଳ ସମାଗମ ହୋଇଥାଏ  । ଜଳ ଭଣ୍ଡାରରେ ପର୍ଯ୍ୟଟକ ମାନେ ନୌକା ବିହାରର ମଜା ନେଇ ପାରିବେ  । ଏହାକୁ ଦୃଷ୍ଟିରେ ରଖି ଦେବଝରଣ ଝରଣରେ ବୋଟିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଦାବି ହୋିଛି । ଏହା ସହ ସୁରକ୍ଷା ବ୍ୟବସ୍ଥା, ପୁଲିସ ନିୟୋଜନ କରିବା, ପାଇଖାନା, ଜଳଭଣ୍ଡାରରେ ସୁରକ୍ଷା ବାଡ ଲଗାଇବା ଭଳି କାମକୁ ଗୁରୁତ୍ୱ ଦେବାକୁ ଦାବି କରିଥିଲେ ।