କଫସିରପ ବିକ୍ରି ଅଭିଯୋଗରେ ଜଣେ ଗିରଫ
ପୁରୀ : ଜଗନ୍ନାଥ ବଲ୍ଲଭ ପାର୍କିଂ ଅଞ୍ଚଳରେ ବେଆଇନ ଭାବେ ଏସ୍କଫ ସିରପ ବିକ୍ରି କରୁଥିବା ଅଭିଯୋଗରେ ଟାଉନଥାନା ପୁଲିସ ବାସେଳୀ ସାହିର ବାବୁ ଓରଫ ସୂର୍ଯ୍ୟ ନାରାୟଣ ପାତ୍ର (୨୯)କୁ ଗିରଫ କରିଛି । ଏ ସଂକ୍ରାନ୍ତରେ ବିଏନ୍ଏସ୍ର ୨୭୬/୨୭୭/୨୭୮/୧୩୨/୧୦୯(୧) ଧାରାରେ ୩୩୯/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଠାରୁ ପୁଲିସ ୧୫ବୋତଲ କଫସିରପ, ୪୩୫୦ଟଙ୍କା ଏବଂ ଦୁଇଟି ସ୍ମାଟ ଫୋନ୍ ଜବତ କରିଛି । ଜଗନ୍ନାଥ ବଲ୍ଲଭ ପାର୍କିଂ ଅଞ୍ଚଳରେ କଫସିରପ ବିକ୍ରି କରୁଥିବା ଖବର ପାଇ ପୁଲିସ ବାବୁକୁ ଗିରଫ କରିଥିଲା ।