ଆକ୍ରମଣ ଅଭିଯୋଗରେ ୫ଗିରଫ
ାା ପ୍ରଭାନୁ୍ୟଜ୍ ।ା ପୁରୀ : ସାମାନ୍ୟ ବଚସାରୁ ଘଟିଛି ଏକ ହତ୍ୟା ଉଦ୍ୟମ ଘଟଣା । ବଳିଆପଣ୍ଡା ଥାନା ଅନ୍ତର୍ଗତ ମହାରଣା ସାହିର ପବିତ୍ର ମହାରଣାଙ୍କୁ ପଶ୍ଚିମବଙ୍ଗର ଚବିଶପ୍ରଗଣାରୁ ଆସି ପୁରୀରେ ବିଭିନ୍ନ ଘର କାମ କରୁଥିବା କେତେକ ଶ୍ରମିକ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିଛନ୍ତି । ଶ୍ରୀ ମହାରଣା ସଦର ମୁଖ୍ୟ ଚିକିସôାଳୟରେ ଚିକିସôା ନିମନ୍ତେ ଭର୍ତ୍ତି ହୋଇଥିଲେ । ତାଙ୍କର ମୁଣ୍ଡରେ ଗୁରୁତର ଆଘାତ ଲାଗିଛି । ଏ ସଂକ୍ରାନ୍ତରେ ବଳିଆପଣ୍ଡା ଥାନା ପୁଲିସ ବିଏନ୍ଏସ୍ର ୧୧୫(୨), ୧୦୯(୩)(୫) ଧାରାରେ ୧୨୫/୨୦୨୫ ନମ୍ବର ମାମଲା ରୁଜୁ କରି ପଶ୍ଚିମବଙ୍ଗର ୫ଜଣ ଶ୍ରମିକ ମାଫୁଦ ଘରାମୀ (୩୨), ଆୟାନ ନସ୍କର (୨୫), ରାଇହନ ମଣ୍ଡଳ (୨୦), ବାବୁ ସୋନା ଦାସ (୨୬), ବାପୁନ ଦାସ (୩୦)ଙ୍କୁ ଗିରଫ କରିଛି ।