ରସାବଳୀ ଦିବସ ପାଇଁ ପ୍ରସ୍ତୁତି
କେନ୍ଦ୍ରାପଡା : ଆସନ୍ତା ୯ ତାରିଖ କେନ୍ଦ୍ରାଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ଜନ୍ମ ଦିବସ ପାଳନ ଅବସରରେ ରସାବଳୀ ଦିବସ ପାଳନ ହେବ । ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ଚିନ୍ମୟ ବେହୁରା ଏଥିରେ ଅଂଶଗ୍ରହଣ କରି କେନ୍ଦ୍ରାପଡା ରସାବଳୀକୁ କେନ୍ଦ୍ର ସରକାର ଜି.ଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ କରିଛନ୍ତି । ତେଣୁ କେନ୍ଦ୍ରାପଡା ରସାବଳୀ ଏବେ ଦେଶ ବିଦେଶରେ ବେଶ୍ ପ୍ରସିଦ୍ଧ । ରସାବଳୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରର ପ୍ରସାଦ ଭାବେ ଲାଗି କରାଯାଇଥାଏ । ତେଣୁ ପ୍ରଭୁଙ୍କର ଏହି ପ୍ରିୟ ଭୋଗକୁ ୯ ତାରିଖ ଦିନ ଭକ୍ତମାନେ ମାଗଣାରେ ମନ୍ଦିରରେ ପାଇବେ । ଯେଉଁ ଭକ୍ତମାନେ ଉକ୍ତଦିନ ମନ୍ଦିରକୁ ଆସିବେ ସେମାନଙ୍କୁ ସହରର ବୁଦ୍ଧିଜିବୀମାନେ ରସାବଳୀ ପ୍ରଦାନ କରିବେ ବୋଲି ଶ୍ରୀ ବେହୁରା ପ୍ରକାଶ କରିଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଲଖ ଚନ୍ଦ୍ର ପଢିଆରୀ, ରମାଶଙ୍କର ଜେନା, ଶ୍ରୀ ବଳଦେବଜୀଉ ମନ୍ଦିରର ଶତାଧିକ ଭକ୍ତଙ୍କ ସମେତ ସମାଜସେବୀ ଡକ୍ଟର ଚୈତନ୍ୟ ଚରଣ ପରିଡା, ରାଜକିଶୋର ମହାନ୍ତି, ଆଶୀଷ ମେକାପ, ଧ୍ରୁବଚରଣ ନାୟକ, ମୃତୁ୍ୟଞ୍ଜୟ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସଂଗୀତଜ୍ଞ ଦିବାକର ମହାନ୍ତି ସମ୍ବର୍ଦ୍ଧିତ ହେବାର କାର୍ଯ୍ୟକ୍ରମ ରହିଛି ।