ଜିଲ୍ଲାସ୍ତରୀୟ ପିଏମ କିଷାନ ଆଭାସୀ ବୈଠକ   

 ଭଦ୍ରକ : ଭଦ୍ରକ ଜିଲ୍ଲାର ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପି ଏମ୍ କିଶାନ ଆଭାସି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଭଦ୍ରକ ବିଧାୟକ ସିତାନ୍ସ ସେଖର ମହାପାତ୍ର ଏବଂ ବିଧାୟକ ବାସୁଦେବପୁର ଅଶୋକ ଦାସ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଉପସ୍ଥିତ ଥିଲେ । ସଭାକୁ ଆୟୋଜନ କରିଥିଲେ ଦ୍ୱିଜବର ସେଠୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ଶଶି ଭୂଷଣ ମହାପାତ୍ର, ଜିଲ୍ଲା କୃଷି ଅଧିକାରୀ, ଶ୍ରୀ ସଞ୍ଜୟ ମହାନ୍ତି, କୃଷି ବୈଜ୍ଞାନିକ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଆଭାସି ମାଧ୍ୟମରେ କାଶୀ/ ବନାରସ ଠାରୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ଦେଶ ସାରା ସମସ୍ତ କୃଷକଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇଥିଲେ । ବର୍ଷକୁ ଏହି ପରି ପିଏମ୍ କିଶାନ୍ ମାଧ୍ୟମରେ ୩ ଥର ଓ ସିଏମ୍ କିଶାନ୍ ମାଧ୍ୟମରେ ୨ ଥର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଆସିବ । କାର୍ଯ୍ୟକ୍ରମରେ ଜିଲ୍ଲାର କୃଷି ବିଭାଗର ସମସ୍ତ କର୍ମଚାରୀ ଓ ଜିଲ୍ଲାର ଶତାଧିକ କୃଷକମାନେ ଯୋଗ ଦେଇଥିଲେ ।