ବିଦୁ୍ୟତ୍ ଆଘାତରେ ଶ୍ରମିକଙ୍କ ମୃତୁ୍ୟ 

 ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସିକିରି ଗ୍ରାମରେ ରବିବାର ଅପରାହ୍ନରେ ବିଦୁ୍ୟତ୍ ଆଘାତରେ ଜୈନିକ ଶ୍ରମିକଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର ବୁଦ୍ଧିଆ ଦାସ (୩୫)  । ପ୍ରକାଶ ଯେ, ରବିବାର ଅପରାହ୍ନରେ ବୁଦ୍ଧିଆ ସେହି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ନିର୍ମାଣଧିନ ଘର କାର୍ଯ୍ୟରେ ନିୟୋଜିତ ଥିଲେ । କାମ କରୁଥିବା ସମୟରେ ଅସାବଧାନତା ବଶତଃ ଘରର ବିଦୁ୍ୟତ୍ ସଂସ୍ପର୍ଶରେ ଆସି ତଳେ ପଡି ଯାଇଥିଲେ । ଉପସ୍ଥିତ ଶ୍ରମିକ ମାନେ ତାଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନପ୍ସ- ୧୮/୨୫ ରେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରିଛି ।