ରକ୍ତଦାନ ଶିବିର 

ାା ପ୍ରଭାନୁ୍ୟଜ ।ା  ସାରସକଣା: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ସଂକୁଚା ଜଗଦ୍ଧାତ୍ରୀ ପୂଜା ଆନୁକୂଲ୍ୟରେ ଆୟୋଜିତ ପୂଜା ଅବସରରେ ଲୋକଙ୍କୁ ସାହାର୍ଯ୍ୟ ମନୋଭାବ ନେଇ ସମାଜସେବା ଦିଗରେ କମିଟି ସଦସ୍ୟଙ୍କ ସ୍ୱଇଚ୍ଛାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଗଦ୍ଧାତ୍ରୀ ପୂଜା କମିଟିର ସଭାପତି ଅଶୋକ କୁମାର ସେଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରକୁ ସାରାସକଣା ବିଧାୟକ ଭାଦବ ହାଁସଦା ଫିତା କାଟି ଉଦ୍ଘାଟନ କରିଥିଲେ । ଏହି ଅବସରରେ ସରପଞ୍ଚ ଲୋକେଶ୍ୱର ନାଏକ, ଭବାନୀଶଙ୍କର ସେନାପତି ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ତେବେ ବିଧାୟକ ଭାଦବ ହାଁସଦା ନିକଟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରି ଜିଲ୍ଲାରେ ଚର୍ଚ୍ଚାକୁ ଆସିଥିବା ବେଳେ ଏହି ପୂଜା କମିଟିର ସ୍ୱତନ୍ତ୍ର ପ୍ରୟାସକୁ ଦେଖି ସେ ଖୁସିବ୍ୟକ୍ତ କରିଥିଲେ ।