ଉପନ୍ୟାସ ‘ନର୍କରେ ଗାନ୍ଧାରୀ’ ଉନ୍ମୋଚନ ଉତ୍ସବ

 ସିଂହପୁର : ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପରସ୍ପର ପରିପୁରକ । ସୁଦୃଢ ଓ ମାର୍ଜିତ ସମାଜ ଗଠନର ମାପକାଠି ହେଉଛି ସାହିତ୍ୟ । ମାଟି, ମା, ମାତୃଭାଷା ପ୍ରତି ମମତା,ସମ୍ମାନବୋଧ, ପ୍ରାଧାନ୍ୟତା ମଣିଷକୁ ଯେମିତି ସୁମଣିଷ କରି ଗଢିତୋଳେ ସେମିତି ସାହିତ୍ୟ ସମାଜକୁ ସୁସମାଜ ଭାବେ ଗଢିଲୋଳିଥାଏ ବୋଲି ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବରୁଣେଶ୍ୱର ପୀଠ ଠାରେ ଆଂଚଳିକ ପାଠକ ପରିବାର ପକ୍ଷରୁ ବିଶିଷ୍ଠ ଔପନ୍ୟାସିକ ଜଗନ୍ନାଥ ଧଳଙ୍କ ଉପନ୍ୟାସ ‘ନର୍କରେ ଗାନ୍ଧାରୀ’ ଉନ୍ମୋଚନ ଉସôବରେ ବକ୍ତା ମତବ୍ୟକ୍ତ କରିଛନ୍ତି । ଜଣେ ଅନନ୍ୟ ପ୍ରତିଭା ଭାବେ ଜଗନ୍ନାଥ ଧଳ ଅନେକ ଉପନ୍ୟାସ ରଚନା କରି ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛନ୍ତି । ତାଙ୍କ ଏହି ଉପନ୍ୟାସ ଉନ୍ମୋଚନ ଉତ୍ସବରେ ପ୍ରାଧ୍ୟାପକ ଅଜୟ କୁମାର ଓଝା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ତଥା କବି ଡ.ଶ୍ରୀହରୀ ଧଳ, ପ୍ରଧ୍ୟାପକ ପ୍ରସନ୍ନ ରାଉତ, ଯୁବ ସମାଜସେବୀ ପଦ୍ମାକର ଗୁରୁ, ସ୍ତମ୍ବକାର ହରେକୃଷ୍ଣ ପଣ୍ଡା, ଡ.ରବିନ୍ଦ୍ର କୁମାର ପରିଡା, ଗବେଷକ ନଟବର ଦାସ ପ୍ରମୁଖ ଯୋଗଦେଇ ଶ୍ରୀଯୁକ୍ତ ଧଳଙ୍କ ସୃଷ୍ଠି ସମଗ୍ରର ସମିକ୍ଷା ସଂକଳନ ‘ଅନୁରାଗ’ ଓ ଉପନ୍ୟାସ ‘ନର୍କରେ ଗାନ୍ଧାରୀ’ ଉନ୍ମୋଚନ କରିଥିଲେ । ଏହି ଅବସରରେ ଔପନ୍ୟାସିକ ଜଗନ୍ନାଥ ଧଳଙ୍କୁ ମାନପତ୍ର, ଉତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ ପୁର୍ବକ ଶୃଜନଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ବହୁ ସାହିତି୍ୟକ, ଲେଖକ, କବି, ଶିକ୍ଷାବିତ୍,  ସମାଜସେବୀ, ବିଭିନ୍ନ ସାହିତ୍ୟ ସଂଗଠନର  କର୍ମକର୍ତା ଯୋଗ ଦେଇଥିଲେ ।